fbpx
BJD SKY
BJD SKY

ମମତାଙ୍କୁ ଘାରିଲାଣି BJPର ବ୍ରହ୍ମାସ୍ତ୍ର ED ବାଣ, ବଙ୍ଗରେ ପ୍ରୟୋଗ ହେବ ନେହେରୁଙ୍କ Kamraj Plan, ଜାଣନ୍ତୁ କ’ଣ ଏହି ପ୍ଲାନ

BJD

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ପରେ ଏବେ ଦିଦିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ଉଭା ହୋଇଛି । ଦିଦିଙ୍କ ପରବର୍ତ୍ତୀ ରଣନୀତି କ’ଣ ରହିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି । ପାର୍ଥଙ୍କୁ ମନ୍ତ୍ରୀପଦରୁ ହଟାଯିବା ପରେ ଏବେ ଅର୍ପିତା ବାନାର୍ଜୀଙ୍କ ଠାରୁ ଦୂରତ୍ୱ ଅବଲମ୍ବନ କରଯାଉଛି । ଯେଉଁ ମାତ୍ରାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାମ କରୁଛି, ଆଗକୁ ଟିଏମସିର କିଛି ନେତା ଏଥିରେ ଫସିବାର ସମ୍ଭାବନା ରହିଛି । ତେଣୁ ଦିଦି କାମରାଜ ପ୍ଲାନ ଉପରେ କାର୍ଯ୍ୟ କରୁଥିବା କୁହାଯାଉଛି ।

ତେବେ ଏକ ସୂତ୍ର ମୁତାବକ, କାମରାଜ ପ୍ଲାନ ଅନୁଯାୟୀ ଦିଦିଙ୍କୁ ପୂରା କ୍ୟାବିନେଟ୍ ଇସ୍ତଫା ଦେଇପାରେ । ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ହୋଇନାହିଁ, ମାତ୍ର ରାଜନୈତିକ କରିଡରରେ ଖୁବ୍ ଚର୍ଚ୍ଚା ଚାଲିଛି । ଯେଉଁସବୁ ମନ୍ତ୍ରୀଙ୍କ ନାମରେ ସନ୍ଦେହ ରହିଛି, ଭ୍ରଷ୍ଟାଚାରର ଛୋଟବଡ଼ ଅଭିଯୋଗ ରହିଛି ସେମାନଙ୍କ ଉପରେ ବାଣ ପଡ଼ିପାରେ । ଯଦି ସମ୍ଭବ ହୁଏ, ପୂରା ମନ୍ତ୍ରିମଣ୍ଡଳ ଇସ୍ତଫା ଦେବ, ଫଳରେ ସମସ୍ତ କ୍ଷମତା ଦିଦିଙ୍କ ହାତକୁ ଆଯିବ ।

ଏପରି ସ୍ଥିତିରେ ମମତା ପୁନର୍ବାର ମନ୍ତ୍ରିମଣ୍ଡଳ ଗଠନ କରିପାରନ୍ତି । କିଛି ହାତଗଣତି ନେତାଙ୍କୁ ଦାୟିତ୍ୱ ଦିଆଯାଇପାରେ । ଦିଦି ରାଜ୍ୟସଭା ଓ ଲୋକସଭାର ସଦସ୍ୟଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି । ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରନ୍ତି । ଏଥିସହିତ ଅମଲାତନ୍ତ୍ର ସ୍ତରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି ।

୧୯୬୨ରେ ଚୀନ ଯୁଦ୍ଧ ହାରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ବିଦେଶ ନୀତି ଉପରେ ଅନେକ ପ୍ରଶ୍ନ ଛିଡ଼ା କରିଥିଲେ । ପରବର୍ତ୍ତୀ ସମୟରେ ଅର୍ଥ ମନ୍ତ୍ରୀ ମୋରାରଜୀ ଦେଶାଇ ଜନତାଙ୍କ ଉପରେ ଟ୍ୟାକ୍ସ ବୋଝ ଲଦି ଦେଇଥିଲେ । ଫଳରେ କଂଗ୍ରେସର ଲୋକପ୍ରିୟତା ହାସଲ ପାଇବା ସହ ଦଳ ଲଗାତର ୩ଟି ଲେକାସଭାରେ ପରାସ୍ତ ହୋଇଥିଲା ।

ଏପରି ସ୍ଥିତିରେ କୁମାରସ୍ୱାମୀ କାମରାଜ ଏକ ପ୍ଲାନ ପ୍ରସ୍ତୁତ କରିଥିଲେ । ଏହି ପ୍ଲାନ ଅନୁଯାୟୀ ଦୁଇ ମାସ ମଧ୍ୟରେ ବଡ଼ ବଡ଼ ନେତାଙ୍କର ଇସ୍ତଫାର ସୁଅ ଛୁଟିଥିଲା । ମମତା ଉକ୍ତ ପ୍ଲାନକୁ ଅନୁସରଣ କରି ବଙ୍ଗରେ କିଛି ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.