fbpx

କ୍ରିସ ରକଙ୍କୁ କ୍ଷମା ମାଗିଲେ ୱିଲ୍ ସ୍ମିଥ୍, ସର୍ବ ସମ୍ମୁଖରେ ଷ୍ଟେଜ୍ ଉପରେ ମାରିଥିଲେ ଚାପୁଡ଼ା

ନୂଆଦିଲ୍ଳୀ: ଆୱାର୍ଡ ଫଙ୍କ୍ସନରେ କିଛି ଏଭଳି ଘଟଣା ଘଟିଥାଏ ଯାହା ଲୋକଙ୍କ ମସ୍ତିଷ୍କରେ ସବୁବେଳ ପାଇଁ ରହିଯାଇଥାଏ । ଏଭଳି ଏକ ଘଟଣା ୯୪ତମ ଏକାଡେମୀ ପୁରସ୍କାର ସମୟରେ ହୋଇଥିଲା । ଯେତେବେଳେ ଆୱାର୍ଡ ସେରିମନୀର ଉପସ୍ଥାପକ କ୍ରିସ ରକଙ୍କ ଅଭିନେତା ୱିଲ ସ୍ମିଥ୍ ଷ୍ଟେଜ୍ ଉପରେ ଚାପୁଡ଼ା ମାରିଥିଲେ । ଏହି ଘଟଣାକୁ ଅନେକ ମାସ ବିତିଯାଇଥିଲେ ବି କ୍ରିସ ରକ୍ ଏବଂ ୱିଲ ସ୍ମିଥ୍ ଙ୍କ ନାଁ ଆସିଲେ ଚାପୁଡ଼ା ମାରିବା ଘଟଣା ମନେପଡ଼େ । ଏହି ଘଟଣାର ଅନେକ ମାସ ପରେ ୱିଲ ସ୍ମିଥ୍ କ୍ରିସ ରକଙ୍କୁ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି ।

ୱିଲ ସ୍କିଥ୍ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କ୍ରିସଙ୍କ କ୍ଷମା ମାଗିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ ‘ମୁଁ କ୍ରିସଙ୍କ ପାଖକୁ କ୍ଷମା ମାଗିବାକୁ ଯାଇଥିଲା କିନ୍ତୁ ସେ ମୋ ସହ କଥା ହେବାକୁ ଚାହୁନଥିବା ଜାଣିବାକୁ ପାଇଥିଲା । ଯାହା ବି ହେଲା ସେଥିପାଇଁ ମୁଁ ତୁମକୁ କ୍ଷମା ମାଗୁଛି । ମୋର ବ୍ୟବହାର ସ୍ୱୀକାରଯୋଗ୍ୟ ନଥିଲା । ମୁଁ ଏଇଠି ଅଛି ଯେତେବେଳେ ତୁମେ ମୋ ସହ କଥା ହେବାକୁ ଚାହିବ ହୋଇପାରିବ ।’ ସେ ଆହୁରି କହିଛନ୍ତି ସେଦିନ ଯାହା ହେଲା ତାହା ଅନେକ ଲୋକଙ୍କୁ ବ୍ୟଥିତ କରିଥିବ ।

ଉଲ୍ଲେଖଯୋଗ୍ୟ, କ୍ରିସ ରକ୍ ଆୱାର୍ଡ ସେରିମନୀ ଉପସ୍ଥାପନ କରୁଥିଲେ । ଏହି ସମୟରେ ସମସ୍ତଙ୍କ ସହ ମଜା ମସ୍ତିରେ କଥା ହେଉଥିଲେ ଯେମିତିକି ସବୁ ଆୱାର୍ଡ ଶୋରେ ହୋଇଥାଏ । ହଠାତ୍ କ୍ରିସ ଷ୍ଟେଜରୁ ତଳକୁ ଆସିଥିଲେ ଏବଂ ୱିଲ୍ ସ୍ମିଥଙ୍କ ପତ୍ନୀ ଜେଡାଙ୍କ ଚନ୍ଦାପଣକୁ ନେଇ ଥଟ୍ଟା କରିବାକୁ ଲାଗିଥିଲେ । ୱିଲ ସ୍ମିଥ ସେତେବେଳେ କିଛି କହିନଥିଲେ ବି ନିଜ ପତ୍ନୀଙ୍କ ଅସମ୍ମାନ ହେବା ଅନୁଭବ କରି ଷ୍ଟେଜ୍ ଉପରକୁ ଯାଇ କ୍ରିସ ରକଙ୍କ ଜୋରରେ ଚାପୁଡ଼ା ମାରିଥିଲେ । ଏହି ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ସମୟ ମଧ୍ୟରେ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ।

 

View this post on Instagram

 

A post shared by Will Smith (@willsmith)

 

Get real time updates directly on you device, subscribe now.