fbpx
BJD SKY
BJD SKY

୫ ହଜାର ୫୦୦ ଟଙ୍କା ବଢ଼ିଲା PET ଶିକ୍ଷକଙ୍କ ଦରମା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ କାର୍ଯ୍ୟ କରୁଥିବା ପିଇଟିଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପିଇଟିଙ୍କ ଦରମା ୫ ହଜାର ଟଙ୍କା ବୃଦ୍ଧି ପାଇଥିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ରାଜ୍ୟର ସମସ୍ତ ବିପିଏଡ ଓ ବିଏ, ସିପିଏଡ ଯୋଗ୍ୟତାଧାରୀ ପିଇଟି ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଛି । ପିଇଟିଙ୍କ ଦରମା ସରକାର ୫ ହଜାର ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି । ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଗ୍ରାଣ୍ଟ-ଇନ-ଏଡ ଅର୍ଡର, ୨୦୧୪ ଅନୁଯାୟୀ ଅନୁଦାନ ପ୍ରାପ୍ତ କାର୍ଯ୍ୟରତ ପିଇଟିଙ୍କ ଦରମା ବଢ଼ିଛି ।

ଯେଉଁମାନେ ବିପିଏଡ ଓ ବିଏସସି ପିଏଡ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କର ମାସିକ ବେତନ ୮ ହଜାରରୁ ୧୩ ହଜାର ୫୦୦ ଟଙ୍କାକୁ ବଢ଼ିଛି । ପୂର୍ବରୁ ବେତନ ବୃଦ୍ଧି ନେଇ ପିଇଟି ଶିକ୍ଷକମାନେ ବାରମ୍ବାର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ । ଦରବା ବଢ଼ିବା ନେଇ ଗଣଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

Get real time updates directly on you device, subscribe now.