(Video) ‘ବିଷଧର ସାପକୁ ବିଶ୍ୱାସ କରନ୍ତୁ, ହେଲେ ବିଜେପିକୁ ନୁହେଁ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅଙ୍କ କଷା ଚାଲିଛି । ତେବେ ଏହାରି ମଧ୍ୟରେ ନେତାମାନଙ୍କ ମଧ୍ୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ସାମ୍ନାକୁ ଆସୁଛି । ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାରରେ ବିରୋଧୀ ଦଳ ବିଜେପିକୁ ଅଶ୍ଳୀଳ ଭାଷା ପ୍ରୟୋଗ କରିଛନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ..

କୁଚ ବିହାରରେ ମମତା ବାନାର୍ଜୀ ବିଜେପି ଉପରେ ଅନେକ ବଡ଼ ବଡ଼ ଅଭିଯୋଗ ଅଣିଛନ୍ତି । ସେ ବିଜେପିକୁ ନିର୍ବାଚନ କୋଡ ବୋଲି ବିଶ୍ୱାସ କରନ୍ତି ନାହିଁ । ସେ ଅଭିଯୋଗ ଲଗାଇଛନ୍ତି ଯେ, ଶୀତଳକୁଚୀରେ ଯିଏ ଗୁଳିମାରି ହତ୍ୟା କରିଛନ୍ତି ସେ ବର୍ତ୍ତମାନ ବୀରଭୂମୀରେ ବିଜେପି ପ୍ରାର୍ଥୀ ହୋଇଛି । ମମତା ଅଭିଯୋଗ ଆଣିଛନ୍ତି ଯେ, ୩ ବର୍ଷରୁ ଆବାସ ଯୋଜନାର ଟଙ୍କା ଦିଆଯାଉନି । ରାସ୍ତା ଟଙ୍କା ଦିଆଯାଉନି । ପ୍ରଥମ ୧୦୦ ଦିନର କାମ ଉପରେ କଲିକତା ୧ ନମ୍ବରକୁ ଆସିଥିଲା ।

ମମତା ବାନାର୍ଜୀ ରାଲିରେ କହିଛନ୍ତି ଯେ, କଲିକତା ବଞ୍ଚିବ ତ ଦେଶ ବଞ୍ଚିବ । କଲିକତାରେ କୌଣସି ଇଣ୍ଡିଆ ଏଲାଏନ୍ସ ହୋଇ ନାହିଁ । ଇଣ୍ଡିଆ ନାମ ମଧ୍ୟ ମୁଁ ଦେଇଥିଲି । ଦିଲ୍ଲୀରେ ଆଲାଏନ୍ସ ହୋଇଛି, ହେଲେ କଲିକତାରେ ହୋଇ ନାହିଁ । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଷଧର ସାପକୁ ବିଶ୍ୱାସ କରିବା କଥା ହେଲେ ବିଜେପିକୁ ନୁହେଁ । ଏଥିସହ ସେ ଅଶ୍ଳୀଳ ଭାଷା ମଧ୍ୟ ପ୍ରୟୋଗ କରିଛନ୍ତି, କିନ୍ତୁ ପରେ ସଂଶୋଧନ କରିଛନ୍ତି ।