fbpx
BSKY
BJD SHG SKY
BJD MC SKY

ସ୍ୱତନ୍ତ୍ରତା ଦିବସ ପୁର୍ବରୁ ମୋଦୀଙ୍କୁ ଟାର୍ଗେଟ୍ କଲେ ମମତା, କହିଲେ ଏହା ହେବ ଶେଷ ଲାଲକିଲ୍ଲା ଭାଷଣ

ନୂଆଦିଲ୍ଲୀ: ସ୍ୱତନ୍ତ୍ରତା ଦିବସ ପୁର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ(ଟିଏମ୍‌ସି) ସଭାପତି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଟିଏମ୍‌ସି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ରତା ପୁର୍ବ କାର୍ଯ୍ୟକ୍ରମରେ ମମତା କହିଛନ୍ତି, ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଶେଷ ଭାଷଣ ହେବ । ମମତା କହିଥିଲେ କି ବିରୋଧୀ ଗଠବନ୍ଧନ ଖୁବ୍‌ଶୀଘ୍ର ଏହାର ପ୍ରଭାବ ବିସ୍ତାର କରିବ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବ ।

ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ ଏବଂ ଏହି ସମୟରେ ଇସ୍ରାଏଲର ପେଗାସସ୍ ଗୁଇନ୍ଦା ସମ୍ପର୍କରେ ଆଲୋଚନା କରି କହିଥିଲେ କଣ ଆମେ ସତରେ ସ୍ୱାଧୀନ ଅଟନ୍ତି ?

ଏହା ସହିତ ମମତା କେନ୍ଦ୍ରୀୟ ଏଜେନ୍ସୀ ଗୁଡ଼ିକର ଦୁରୁପଯୋଗ କରୁଥିବାର ଅଭିଯୋଗ କରିଛନ୍ତି । ସେ ଦାବି କରି କହିଛନ୍ତି ଯେ, ହେମନ୍ତ ସୋରେନ୍ ତାଙ୍କୁ ଫୋନ୍ କରିଥିଲେ ଏବଂ କହିଥିଲେ କି କିପରି ଭାବେ କେନ୍ଦ୍ରୀୟ ଏଜେନ୍ସୀ ତାଙ୍କୁ ହଇରାଣ କରୁଛନ୍ତି ।

ଏହା ସହିତ ମମତା ଅଭିଯୋଗ କରିଛନ୍ତି ଯେ, ବିଜେପି ୨୦୨୪ ନିର୍ବାଚନ ପୂର୍ବରୁ ସମସ୍ତ ହେଲିକପ୍ଟର କବଜା କରି ନେଇଛି । ସେ ଦାବି କରିଛନ୍ତି ଯେ ସମସ୍ତ ହେଲିକପ୍ଟରଗୁଡିକ ବିଜେପି ପକ୍ଷରୁ ବୁକ୍ କରାଯାଇଛି । ତାଙ୍କ ପାଖରେ ବହୁତ ଟଙ୍କା ଅଛି । ସେ ପ୍ରଶ୍ନ କରିଛନ୍ତି ଯେ ପିଏମ କେୟାର ପାଣ୍ଠିର ଟଙ୍କା କେଉଁଠାରେ ଅଛି?

ମମତା ବାନାର୍ଜୀ ଯାଦବପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କ ଆତ୍ମହତ୍ୟା ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ ତାଙ୍କ ପିତାମାତା ତାଙ୍କ ସ୍ୱପ୍ନ ପରେ ତାଙ୍କୁ ସ୍ୱପ୍ନଦୀପ ନାମ ଦେଇଛନ୍ତି । ତାଙ୍କ ପିତାମାତା କଦାପି ଅନୁଭବ କରି ନଥିଲେ ଯେ ସେମାନଙ୍କୁ ହତ୍ୟା କରାଯିବ । ସ୍ୱପ୍ନଦୀପଙ୍କ ମୃତ୍ୟୁ ପାଇଁ ବାମ ଦଳକୁ ଦାୟୀ କରିଛନ୍ତି ମମତା ବାନାର୍ଜୀ ।

Get real time updates directly on you device, subscribe now.