fbpx
BSKY
BJD SHG SKY
BJD MC SKY

ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନି ମହିଳା କହିଲେ ପାକିସ୍ତାନ ମୁର୍ଦ୍ଦାବାଦ, ହିନ୍ଦୁସ୍ଥାନ ଜିନ୍ଦାବାଦ

ଓଡିଶା ଭାସ୍କର; ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ବାନ୍ଧିଛନ୍ତି ‘ଜୟ ମାତାଦି’ ର କପଡ଼ା । ବନ୍ଦେ ମାତରମ୍ ବ୍ୟତୀତ ମୋଦୀ ସରକାର ଓ ଯୋଗୀ ସରକାରଙ୍କ ଜୟଗାନ ମଧ୍ୟ କରିଛନ୍ତି ଜଣେ ପାକିସ୍ତାନି ମହିଳା । ତେବେ ଏହି ପାକିସ୍ତାନି ମହିଳା ଜଣକ ହେଉଛନ୍ତି ସୀମା ହାଇଦର । ଗତ କିଛି ଦିନ ହେବ ପାକିସ୍ତାନରୁ ନିଜର ୪ଟି ସନ୍ତାନଙ୍କୁ ସାଥିରେ ଧରି ନିଜର ପ୍ରେମିକ ସଚିନ ପାଖକୁ ଭାରତ ଚାଲି ଆସିଛନ୍ତି ସୀମା । ତେବେ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ହର୍ ଘର୍ ତିରଙ୍ଗା ଅଭିଯାନରେ ସୀମା ଏବେ ସାମିଲ ହୋଇଛନ୍ତି । ଭାରତରେ ଜାତୀୟ ପତାକା ଉଡ଼ାଇ ଖୁବ ଖୁସି ଥିବା ସେ କହିଛନ୍ତି । ପ୍ରେମିକ ସଚିନ ଓ ପଡ଼ୋଶୀଙ୍କ ସହ ଏକାଠି ହୋଇ ଭାରତ ମାତାଙ୍କ ଜୟଗାନ କରିଛନ୍ତି । ପତାକା ଉଡ଼ାଇବା ପରେ ଏକାଠି ଜାତୀୟ ସଙ୍ଗୀତ ଗାନ କରିଛନ୍ତି ସୀମା ଓ ସଚିନ୍ ।

ସବୁଠୁ ଚର୍ଚ୍ଚାର ବିଷୟ ଯେ, ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେବା ସହ ସୀମା ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ସାଧାରଣରେ ଏବେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ସତରେ କେହି କଣ ଏମିତି ପ୍ରେମରେ ପଡି ନିଜର ମାତୃଭୂମି ବିରୋଧରେ ନାରାବାଜି କରିପାରିବ? ସୀମାଙ୍କ ଭାରତ ଆସିବା ପଛରେ ସେମିତି କିଛି ବଡ଼ ରହସ୍ୟ ନାହିଁ ତ?

ସୂଚନା ଥାଉକି, ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ପାକିସ୍ତାନି ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ଛନ୍ଦି ହୋଇ ରହିଛନ୍ତି ଏହି ପାକିସ୍ତାନି ମହିଳା ସୀମା ହାଇଦର ।

Get real time updates directly on you device, subscribe now.