fbpx

ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଲଢ଼ିବେ ମମତା ସାମନ୍ତରାୟ

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ରାଜ୍ୟସଭା ଚତୁର୍ଥ ଆସନ ପାଇଁ ସମାଜସେବୀ ମମତା ସାମନ୍ତରାୟ ଲଢ଼ିବେ । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ସମର୍ଥନ ଦେବା ନେଇ ସେ ଆଶାବାଦୀ ଅଛନ୍ତି । ବିଜେଡ଼ି ପ୍ରାର୍ଥୀନୀ ମମତା ମହନ୍ତଙ୍କୁ ଟକ୍କର ଦେବେ କହିଛନ୍ତି ମମତା ସାମନ୍ତରାୟ ।

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ଏନେଇ ମାର୍ଚ୍ଚ୬ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀମାନଙ୍କ ପାଇଁ ଆସନ୍ତା ୧୩ରେ ନାମାଙ୍କନ ଦାଖଲର ଶେଷ ଦିନ ରହିବ । ସେହିପରି ମାର୍ଚ୍ଚ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ୟ୍ୟ ଶେଷ ହେବ । ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ସହ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ଏହାସହ ମାର୍ଚ୍ଚ ୩୦ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।

୧୭ଟି ରାଜ୍ୟର ୫୫ଟି ଆସନରେ ଏହି ନିର୍ବାଚନ ହେବ । ସେଥିମଧ୍ୟରୁ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଅନୁଭବ ମହାନ୍ତି ଲୋକସଭା ସାଂସଦ ହେବା ପରେ ତାଙ୍କ ଆସନ ଖାଲି ରହିଛି । ସେହିପରି ନରେନ୍ଦ୍ର କୁମାର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ, ରଞ୍ଜୀବ ବିଶ୍ୱାଳଙ୍କ କାର୍ୟ୍ୟକାଳ ଶେଷ ହେଉଛି ।

Get real time updates directly on you device, subscribe now.