fbpx

କରୋନା ଭାଇରସ୍ ପାଇଁ ଟିକା ପ୍ରସ୍ତୁତ, ଆସନ୍ତା ମାସରୁ ମଣିଷ ଉପରେ ପରୀକ୍ଷା କରିବ ଆମେରିକା !

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ୧୦୮,୬୧୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୮୨୫ ଜଣଙ୍କର ମୃତ୍ୟୁ ହୋଇଛି । ୟୁରୋପିଅନ ଓ ଆମେରିକା ମଧ୍ୟ ଚୀନରୁ ବାହାରିଥିବା ଏହି ଭୂତାଣୁକୁ ନେଇ ଚିନ୍ତିତ ଅଛନ୍ତିି । ବର୍ତ୍ତମାନ ସୁଦ୍ଧା ବଡ ଖବର ଆସିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ବୈଜ୍ଞାନିକମାନେ ଆସନ୍ତା ମାସରୁ ମଣିଷ ଉପରେ କରୋନା ଭାଇରସର ଟୀକା ପରୀକ୍ଷା କରିବେ । ଏହାର ଅର୍ଥ ସେମାନେ କରୋନା ପାଇଁ ଟୀକା ପ୍ରସ୍ତୁତ କରିସାରିଛନ୍ତି ।

ଆସନ୍ତା ମାସ ଅର୍ଥାତ୍ ଏପ୍ରିଲରୁ ବ୍ରିଟେନ୍ ଓ ଆମେରିକାରେ କରୋନା ଭାଇରସର ଟୀକାକୁ ମଣିଷଙ୍କ ଉପରେ ପରୀକ୍ଷା କରାଯିବ, ଯାହାକି ୟୁନିଭରସିଟି ଅଫ ଲଣ୍ଡନ ଓ ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ମୋଡର୍ନା ଏବଂ ଇନଭିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଡେଲି ମେଲ ରିପୋର୍ଟ ମୁତାବକ, ଯଦି ମଣିଷ ଉପରେ କରୋନା ଟୀକା ପରୀକ୍ଷା ସଫଳ ହୁଏ ତେବେ ଏହି ଟୀକା ମାଧ୍ୟମରେ ସାରା ବିଶ୍ୱର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହୋଇପାରିବ । ବୈଜ୍ଞାନିକ ରବିନ୍ ଚାଟକ୍ କହିଛନ୍ତି ଯେ, ଟୀକା କେବଳ ପ୍ରାଥମିକ ଅବସ୍ଥାରେ ଜୀବାଣୁ ବନ୍ଦ କରିପାରିବ । ଯାହାଦ୍ୱାରା ଏହି ରୋଗ ଅଧିକ ନ ବ୍ୟାପିବା ସହ ମାନବ ଶରୀରରେ ଭୂତାଣୁ ଦୁର୍ବଳ ହୋଇଯିବ ।

Get real time updates directly on you device, subscribe now.