fbpx

ଭାଇରାଲ ହେଉଛି ଷଣ୍ଢର ପ୍ରତିଶୋଧ: ଦେଖନ୍ତୁ ଭିଡିଓ ହସି ହସି ଗଡିଯିବେ

AAKASH

ନୂଆଦିଲ୍ଲୀ: ଇଣ୍ଟରନେଟରେ ଅନେକ ସମୟରେ ଜୀବଜନ୍ତୁଙ୍କ ପ୍ରତି ଅନ୍ୟାୟ ହେଉଥିବା ଆପଣ ଦେଖିଥିବେ । ଏମିତି ଅନେକ ଭିଜୁଆଲ ରହିଛି ଯ।।ହାକୁ ଦେଖିଲେ ଆପଣ କାନ୍ଦିବାକୁ ଲାଗିବେ । ମାତ୍ର ଏହି ଭିଡିଓ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ବିନା କାରଣରେ ଏକ ଷଣ୍ଢକୁ ବାଡେଇଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଉଚିତ ସବକ ଶିଖାଇଛି ଷଣ୍ଢ । ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ରାସ୍ତା କଡରେ ଷଣ୍ଢଟି ଛିଡା ହୋଇଛି । ସେ କାହାର କିଛି କ୍ଷତି କରୁନି । କିଛି ସମୟ ପରେ ଜଣେ ବୃଦ୍ଧ ବୟସ୍କ ସେହି ରାସ୍ତା ଦେଇ ଯାଉଛନ୍ତି । ହେଲେ ରାସ୍ତାରେ ଛିଡା ହୋଇଥିବା ଷଣ୍ଢକୁ ଦେଖି କଣ ପାଇଁ କେଜାଣି ସେହି ବ୍ୟକ୍ତିଙ୍କ ବିପି ହଠାତ ହାଇ ହୋଇଗଲା ଆଉ ସେ ବିନା କାରଣରେ ଏକ ବାଡିରେ ଷଣ୍ଢକୁ ବାଡେଇବାକୁ ଲାଗିଲେ । ଆଉ ଏହାପରେ ଯାହା ହେଲା ତାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ଖୁସି ହୋଇଥିଲେ । ଯେସାକୁ ତେସା । ବ୍ୟକ୍ତି ଜଣକ ଷଣ୍ଢଟିକୁ ବାଡେଇବା ପରେ ସେ ବି ତାର ଅସଲ ରୂପ ଦେଖାଇଥିଲା । ଫଳସ୍ୱରୂପ ନିଜ ସିଂଘରେ ସେ ସେହି ବ୍ୟକ୍ତିଙ୍କୁ ଟେକି କଚାଡି ଦେଇଥିଲା । ଆଉ ସାଙ୍ଗେ ସାଙ୍ଗେ ସେଠାରୁ ପଳାଇଥିଲା ।

ଏହାପରେ ହୁଏତ ବୃଦ୍ଧ ଜଣକ ନିହାତି ଭାବିଥିବେ ଯେ ସେ କାହିଁକି ଷଣ୍ଢକୁ ବାଡେଇଲେ ଆଉ ଆକାରଣେ ଏମିତି ଦଣ୍ଡ ପାଇଲେ । ଏହି ଭିଡିଓଟି ୨୬ ସେପ୍ଟେମ୍ବର ୨୦୨୦ର ବୋଲି ଜଣାପଡିଛି । ସେହି ସମୟରେ ଏହି ଭିଡିଓଟି ଖୁବ ଭାଇରାଲ ହୋଇଥିବା ବେଳେ ହଜାର ହଜାର ୟୁଜର ଏହାକୁ ରିଟ୍ୱିଟ କରିବା ସହ ଲାଇକ ମଧ୍ୟ କରିଥିଲେ । ଏହି ମଜାଦାର ଭିଡିଓଟିକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାସହିତ କ୍ୟାପସ୍ନରେ ଇନଷ୍ଟାଣ୍ଟ କର୍ମ ବୋଲି ଲେଖିଛନ୍ତି । ଏପର୍ଯ୍ୟନ୍ତ ଏହାକୁ ୨୫ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଥିବା ବେଳେ ସମସ୍ତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.