fbpx
BJD SKY
BJD SKY

(Video) ଚଳନ୍ତା ଟ୍ରେନ ଭିତରୁ ବୃଷ୍ଟି ହେଲା ବେଲ୍ଟ ମାଡ଼: ଯୁବକଙ୍କ ଏମିତି କାଣ୍ଡରେ ଲୋକେ ଛାନିଆ

BJD

ବର୍ତ୍ତମାନ ଡିଜିଟାଲ ଯୁଗରେ ପ୍ରତି ମୁହୂର୍ତ୍ତରେ ଅନେକ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ମନୋରଞ୍ଜନ ପାଇଁ ତ ଆଉ କିଛି ଭିଡିଓରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଥାଏ । ତେବେ ବର୍ତ୍ତମ।।ନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହୁଏତ ଅଶ୍ଚର୍ଯ୍ୟ ହୋଇଯିବେ । ଏକ ଚଳନ୍ତା ଟ୍ରେନରୁ ହଠାତ ବାହାରେ ଥିବା ଲୋକମାନଙ୍କ ଉପରେ ବେଲ୍ଟ ପାହାର ବୃଷ୍ଟି ହେବାରେ ଲାଗିଛି । ଜଣେ ଯୁବକ ବିନା କାରଣରେ ଲୋକମାନଙ୍କୁ ବେଲ୍ଟରେ ପିଟୁଥିବାର ଏକ ଭିଡିଓ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେକିବାକୁ ମିଳିଛି ଯେ, ଏକ ଚଳନ୍ତା ଟ୍ରେନର ଗେଟ୍ ପାଖରେ ଠିଆ ହୋଇ ଅଦ୍ଭୁତ କାଣ୍ଡ କରୁଥିବାର ଦେଖାଯାଇଛି । ଏହି ଯୁବକଙ୍କ ହାତରେ ଏକ ବେଲ୍ଟ ମଧ୍ୟ ରହିଛି ଯାହାକୁ ସେ ବାରମ୍ବାର ବାହାରେ ଫିଙ୍ଗୁଥିବା ଦେଖିବାକୁ ମିଳିଛି । ତେବେ ପ୍ରକୃତରେ ସେ ବେଲ୍ଟକୁ ଫିଙ୍ଗୁ ନଥିଲେ, ବରଂ ଟ୍ରେନ ଭିତରୁ ହିଁ ବାହାରେ ଥିବା ଲୋକମାନଙ୍କୁ ସେହି ବେଲ୍ଟରେ ପିଟୁଥିଲେ ଏହି ଯୁବକ । ଦ୍ରୁତ ଗତିରେ ଯାଉଥିବା ଏହି ଟ୍ରେନ ଭିତରୁ ଲଗାତାର ଯୁବକ ଜଣକ ବେଲ୍ଟରେ ମାଡ ମାରି ଚାଲିଥିଲେ । ସେହିପରି ପାଖ ଟ୍ରାକରେ ଆଉ ଏକ ଟ୍ରେନ ଯାଉଥିବା ବେଳେ ସେହି ଟ୍ରେନର ଯାତ୍ରୀମାନଙ୍କୁ ମଧ୍ୟ ଏହି ଯୁବକ ଜଣକ ଲଗାତାର ବେଲ୍ଟରେ ମାଡ଼ ମାରୁଛନ୍ତି । ତେବେ ଯୁବକଙ୍କର ଏହି ମାଡ଼ରୁ ସେ ବିନା କୌଣସି କାରଣରେ ସମସ୍ତଙ୍କୁ ପିଟୁଥିବା ଅନୁମାନ କରାଯାଉଛି ।

କିନ୍ତୁ ଏହି କାଣ୍ଡ ଅନ୍ୟମାନଙ୍କ ସହ ନିଜେ ସେହି ଯୁବକଙ୍କ ପାଇଁ ମଧ୍ୟ ଖୁବ ଭୟଙ୍କର ହୋଇପାରେ ବୋଲି ଚିନ୍ତା ବି କରୁନାହାନ୍ତି ଏହି ଯୁବକ । ଟିକିଏ ମସ୍ତି ପାଇଁ କରୁଥିବା ଏହି କାରନାମା ତାଙ୍କ ପାଇଁ ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଟିକିଏ ଅସାବଧାନତା ଯୋଗୁଁ ସେ ତଳେ ପଡ଼ି ପ୍ରାଣ ହରାଇପାରନ୍ତି ଏବଂ ଅନ୍ୟ ଟ୍ରେନର ଯାତ୍ରୀମାନେ ମଧ୍ୟ ଏହାର ଶିକାର ହୋଇପାରନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପୂର୍ବ ମଧ୍ୟ ରେଳ ବିଭାଗ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଭିଡିଓ ଅପଲୋଡ ହେବା ପରଠାରୁ ଏହାକୁ ସାଢେ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହି ଭିଡିଓକୁ ପ୍ରାୟ ୪ ହଜାର ଲୋକ ପସନ୍ଦ କରିଥିବା ବେଳେ ଅନେକ ଲୋକ ଭିନନ ଭିନ୍ନ କମଣ୍ଟେ କରିଛନ୍ତି । ଏହାବ୍ୟତୀତ ଅନେକ ଟ୍ୱିଟର ୟୁଜର ଯୁବକଙ୍କ ଏଭଳି କାରନାମା ପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.