fbpx

(Video) ଏଠାରେ ବିନା କପଡାରେ ରୁହନ୍ତି ମହିଳା: ଯୋଡା ଶ୍ରାବଣରେ ଏମିତି ରହିଛି ପରମ୍ପରା

ଯୋଡ଼ା ଶ୍ରାବଣରେ ମହିଳା ମାନେ ୫ ଦିନ ପୋଷାକ ପିନ୍ଧିବେ ନାହିଁ । ବିନା କପଡ଼ାରେ ମହିଳାମାନେ ୫ଦିନ ରହିବେ । ଏମିତି ଏକ ପରମ୍ପରା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଏକ ଜାଗା ଅଛି, ଯେଉଁଠି ଶ୍ରାବଣ ମାସରେ ମହିଳା ମାନେ ୫ଦିନ ପର୍ଯ୍ୟନ୍ତ ବିନା ପୋଷାକରେ ଜୀବନଯାପନ କରିଥାନ୍ତି । ଯଦିଓ ଏହା ବାଧ୍ୟତାମୂଳକ ନୁହେଁ, ଏହା ଏକ ପରମ୍ପରା ବୋଲି ବିଶ୍ୱାସ କରାଯାଏ । ଦୀର୍ଘ ବର୍ଷ ବର୍ଷ ହେବ ଏହି ପରମ୍ପରା ଏଠାରେ ରହି ଆସିଛି । ଏବେ ବି ମଧ୍ୟ ଏହି ପରମ୍ପରାକୁ ଲୋକେ ବିଶ୍ୱାସ କରି, ଏହା ପାଳନ କରି ଆସିଛନ୍ତି । ଯେଉଁ ମାନେ ସେହି ୫ଦିନ କପଡା ପିନ୍ଧିବେ, ସେମାନଙ୍କର କିଛି ନା କିଛି ଅଘଟଣ ଘଟିଥାଏ ବୋଲି କୁହାଯାଏ । ସେମାନେ କିଛି ଖରାପ ଖବର ଶୁଣିବାକୁ ପାଇବେ । ଏମିତିକି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ, ଗାଁରେ କଥାବାର୍ତ୍ତା ହୋଇ ପାରିବେ ନାହିଁ । ପରସ୍ପର ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବେ ।

ଏହି ୫ଦିନ ପୁରୁଷ ମାନଙ୍କ ପାଇଁ ମଧ୍ୟ ନିୟମ ରହିଛି । ପୁରୁଷମାନେ ମଦ୍ୟପାନ ଛାଡିବା ସହିତ ମାଂସ ମଧ୍ୟ ଖାଇପାରିବେ ନାହିଁ । ତେବେ ବିଶ୍ୱାସ କରାଯାଏ ଯେ, ଯଦି ଏହି ପରମ୍ପରାକୁ କେହି ନମାନନ୍ତି, ତାହେଲେ ଭଗବାନ କ୍ରୋଧିତ ହୋଇ, ସେମାନଙ୍କର କିଛି କ୍ଷତି ପହଞ୍ଚାଇଥାନ୍ତି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ ବୋଲି କୁହାଯାଏ । ତେବେ ଏହା ପଛରେ ରହିଛି, କିଛି ଏଭଳି କାହାଣୀ ଆପଣ ବିଶ୍ୱାସ ନକରିପାରନ୍ତି, କିନ୍ତୁ ସେହି ଗାଁର ଲୋକ ମାନେ ଏହି ପରମ୍ପରାକୁ ମାନିଥାନ୍ତି ।

ଏହି ପରମ୍ପରା କେଉଁଠି ଓ କାହିଁକି ପାଳନ କରାଯାଏ ?

ପ୍ରତିବର୍ଷ ହିମାଚଳ ପ୍ରଦେଶର ପିନି ଗାଁରେ ଏହି ପରମ୍ପରା ପାଳନ କରାଯାଏ । ସମସ୍ତ ମହିଳା ମାନେ ଏହି ୫ଦିନ ବିନା ପୋଷାକରେ ରହିଥାନ୍ତି । ବହୁ ପୂର୍ବରୁ ଏହି ଗାଁରେ ଭୂତମାନଙ୍କ ଆତଙ୍କ ସୃଷ୍ଟି ହୋଇଥିଲା । ଏହା ପରେ ‘ଲାହୁଆ ଘୋଣ୍ଡ’ ନାମକ ଏକ ଦେବତା ପିନି ଗ୍ରାମକୁ ଆସି ଭୂତକୁ ହତ୍ୟା କରି ଗାଁକୁ ରକ୍ଷା କରିଥିଲେ । ଏହି ସମସ୍ତ ଭୂତମାନେ, ସୁନ୍ଦର ପୋଷାକ ପିନ୍ଧିଥିବା ଗାଁର ବିବାହିତ ମହିଳାମାନଙ୍କୁ ନେଇଯାଉଥିଲେ । ତାପରେ ଦେବତାମାନେ ଭୂତମାନଙ୍କୁ ହତ୍ୟା କରି ମହିଳାମାନଙ୍କୁ ଏଥିରୁ ରକ୍ଷା କରିଥିଲେ । ସେବେଠାରୁ ଏହି ପରମ୍ପରା ଚାଲିଛି ଏବଂ ଏହାକୁ ଅନୁସରଣ କରାଯାଉଛି ବୋଲି କୁହାଯାଏ ।

Get real time updates directly on you device, subscribe now.