ରୋଗକୁ ଚିହ୍ନି ପାରୁନଥିଲେ ଡ଼ାକ୍ତର, ChatGPT କହିଲା ଜଟିଳ ରୋଗ.. ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ପରାମର୍ଶ ଦେଲା AI
ନୂଆଦିଲ୍ଲୀ: ଆଜିକାଲି ଏପରି କେହି ନଥିବେ ଯିଏ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଜାଣିନଥିବେ । ଯେଉଁ AI ଟିକିଏ ଛୋଟ ଏବଂ ବଡ଼ ପ୍ରଶ୍ନର ଉତ୍ତର ମୁହୂର୍ତ୍ତକ ମଧ୍ୟରେ ଦେଇଥାଏ, ତାହା ଆଜିକାଲି ଅନ୍ୟ କୌଣସି କାରଣରୁ ସୋସିଆଲ ମିଡିଆରେ ଶିରୋନାମା ପାଲଟିଛି । ଚାଟଜିପିଟି ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇ ଦେଇଛି ।
ଜଣେ ବ୍ୟକ୍ତି ‘ChatGpt’ ସାହାଯ୍ୟରେ ଏକ ବିରଳ କିଡନୀ ରୋଗର ଚିକିତ୍ସା କରିଛନ୍ତି । ଆଜିର ଆଶ୍ଚର୍ଯ୍ୟଜନକ ପ୍ରଯୁକ୍ତିବିଦ୍ୟା ଆମ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ନିକଟରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ChatGPT ତାଙ୍କୁ ଏକ ଗମ୍ଭୀର, ଜୀବନଘାତକ ରୋଗ ଚିହ୍ନଟ କରି ତାଙ୍କ ଜୀବନ ବଞ୍ଚାଇଛି । ବ୍ୟକ୍ତି Reddit ରେ ତାଙ୍କର କାହାଣୀ ସେୟାର କରିଛନ୍ତି।
ବ୍ୟକ୍ତିଜଣକ ତାଙ୍କ କାହାଣୀରେ କହିଛନ୍ତି, ହାଲୁକା ବ୍ୟାୟାମ ପରେ ହଠାତ୍ ତାଙ୍କ ଶରୀରରେ ପ୍ରବଳ ଯନ୍ତ୍ରଣା ଏବଂ ଦୁର୍ବଳତା ଅନୁଭବ ହୋଇଥିଲା। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା, ସେ ChatGPT ସହିତ ପରାମର୍ଶ କଲେ । ଏହାପରେ ଏଆଇ ତାଙ୍କୁ ହସ୍ପିଟାଲ ଯିବାକୁ ମଧ୍ୟ ପରାମର୍ଶ ଦେଇଥିବା କଥା କହିଛନ୍ତି ।
ଯେତେବେଳେ ବ୍ୟକ୍ତି ଜଣକ ChatGPTକୁ ତାଙ୍କର ଲକ୍ଷଣଗୁଡ଼ିକ ବର୍ଣ୍ଣନା କଲେ, AI ତାଙ୍କୁ କହିଲା ଯେ ତାଙ୍କର ଲକ୍ଷଣଗୁଡ଼ିକ ‘Rhabdomyolysis’ ସହିତ ମେଳ ଖାଉଛି, ଯାହା ଏକ ଗମ୍ଭୀର ଅବସ୍ଥା।
ରାବଡୋମାୟୋଲିସିସ୍ ଯୋଗୁଁ ମାଂସପେଶୀର ଦ୍ରୁତ କ୍ଷତି ହୁଏ, ଯାହା ବୃକକ୍ କ୍ଷତି, ମେଟାବୋଲିକ୍ ଏସିଡୋସିସ୍ ଏବଂ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ଭଳି ଜଟିଳତା ସୃଷ୍ଟି କରିପାରେ। ଯଦି ଏହାର ଚିକିତ୍ସା ନ କରାଯାଏ, ତେବେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଏହା ଶୁଣି ବ୍ୟକ୍ତିଜଣକ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି ।