fbpx

(ଭିଡିଓ) ୭୭ ବର୍ଷରେ ମାଟ୍ରିକ୍ ପାସ୍ କଲେ ବୃଦ୍ଧ: ୫୬ ଥର ଫେଲ ପରେ ପାଇଲେ ସଫଳତା

ପାଠ ପଢ଼ିବାରେ କୌଣସି ବୟସ ନଥାଏ । ମନରେ ଆଗ୍ରହ ଏବଂ ଦୃଢ଼ ଇଛା ଶକ୍ତି ଥିଲେ ସବୁ ସମ୍ଭବ ହୋଇପାରେ ବୋଲି କୁହାଯାଏ । ଆଉ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବୃଦ୍ଧ । ୭୭ ବର୍ଷ ବୟସରେ ମାଟ୍ରିକ୍ ପାସ୍ କରି ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ । ପାଠ ପଢ଼ା ପ୍ରତି ତାଙ୍କ ଉତ୍ସାହ ତାଙ୍କୁ ଆଣିଦେଇଛି ସଫଳତା ।

ଏହି ୭୭ବର୍ଷର ବୃଦ୍ଧ ହେଲେ ରାଜସ୍ଥାନ ସର୍ଦ୍ଦାରଗଡ଼ର ବାସିନ୍ଦା ହୁକାମ ଦାସ ବୈଷ୍ଣବ । ହୁକାମଦାସ ୧୯୬୨ରୁ ସେ ଦଶମ ପାସ୍ କରିବାକୁ ଚେଷ୍ଟା କରୁଥିଲେ । ଆଉ ୫୬ ଥର ଫେଲ ହେବା ପରେ ୫୭ ଥରରେ ସେ ଦଶମ ପାସ କଲେ । ବାରମ୍ବାର ବିଫଳ ହେବା ସତ୍ତେ୍ୱ ମଧ୍ୟ ତାଙ୍କର ବନୋବଳ ଭାଙ୍ଗିନଥିଲା । ଦୀର୍ଘ ବର୍ଷ ବିଫଳତା ପରେ ୨୦୧୯ରେ ସେ ସଫଳ ହୋଇଛନ୍ତି ।

ଅଷ୍ଟମ ପାସ୍ କରି ହୁକୁମଦାସ୍ ସେତେବେଳେ ସରକାରୀ ଚାକିରି ପାଇଥିଲେ । କିନ୍ତୁ ଚାକିରି ପାଇବା ପରେ ମଧ୍ୟ ତାଙ୍କର ଅଧ୍ୟୟନ ପ୍ରତି ଆଗ୍ରହ କମି ନଥିଲା । ସରକାରୀ ଚାକିରୀ ପାଇବା ପରେ ମଧ୍ୟ ସେ ଦଶମ ପାସ୍ କରିବା ପାଇଁ ପାଠପଢ଼ା ଆରମ୍ଭ କରିଥିଲେ । ଖାଲି ଏତିକିରେ ତାଙ୍କ ଇଛା ସରିଯାଇନି । ମାଟ୍ରିକ ପରେ ଏବେ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ିବାକୁ ଫର୍ମ ଫିଲପ କରିଛନ୍ତି ସେ ।

ମାଟ୍ରିକରେ ପ୍ରଥମ ଥର ବିଫଳ ହେବା ପରେ ତାଙ୍କୁ ତାଙ୍କ ସାଙ୍ଗମାନେ ପାଠପଢ଼ା ବନ୍ଦ କରିଦେବାକୁ କହିଥିଲେ । ହେଲେ ସାଙ୍ଗମାନଙ୍କ କଥା ତାଙ୍କୁ କୌଣସି ପ୍ରଭାବ ପକାଇନଥିଲା । ଏଥିରେ ତାଙ୍କ ମନୋବଳ ଆହୁରି ଦୃଢ଼ ହେଲା । ଆଉ ତାଙ୍କ ପାଠ ପଢ଼ା ପ୍ରତି ଆଗ୍ରହ ଜାଣି ଯେକେହିବି ଆଶ୍ଚର୍ଯ୍ୟ ହେବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.