fbpx
BJD SKY
BJD SKY

ବଢୁଛି ଓମିକ୍ରନ ଭୟ: ରେଡ୍ ଜୋନରେ ସାମିଲ ହେଲା ୪ ଜିଲ୍ଲା

BJD

ଭୁବନେଶ୍ବର(ଓଡ଼ିଶା ଭାସ୍କର): ରାଜ୍ୟର ଦିନକୁ ଦିନ କରୋନା ଗ୍ରାଫ୍‌ ଦ୍ରୁତ ବେଗରେ ମାଡ଼ି ଚାଲିଛି। ଦ୍ୱିତୀୟ ଲହର ଶୀର୍ଷ ବେଳେ ଯେତିକି ଆକ୍ରାନ୍ତ ବାହାରୁଥିଲେ ଏବେ ତୃତୀୟ ଲହର ଆରମ୍ଭ ସମୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସେହି ପାଖାପାଖି ଛୁଇଁଗଲାଣି । ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଲା। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ୨୪ ଘଣ୍ଟାରେ ୧୦୦୫୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ପୁଣି ଏକ ଓମିକ୍ରନ୍ ବିସ୍ଫୋରଣ ହୋଇ ଏକାଥରକରେ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯାହାକୁ ନେଇ ଏବେ ରାଜ୍ୟରେ ଅତି ଉଦବେଗଜନକ ସ୍ଥିତିରେ ରହିଛି କରୋନା ମହାମାରୀର ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ ।

ପୂର୍ବରୁ କେବଳ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ରେଡ୍ ଜୋନ୍‌ରେ ରହିଥିବା ବେଳେ ଆଜି କଟକ ଓ ସମ୍ବଲପୁର ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ରେଡ୍ ଜୋନ୍‌ରେ ସାମିଲ ହୋଇଛି ।

ଗତ ସପ୍ତାହରେ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ରହିଥିବା ବେଳେ ଆଜି ୧୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ଟିପିଆର ବା ଟେଷ୍ଟ ପଜିଟିଭ୍ ରେଟ୍ ଏବେ ୧୧.୭୭ ପ୍ରତିଶତ ରହିଛି । ଯାହା ଅତି ଚିନ୍ତାଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

Get real time updates directly on you device, subscribe now.