fbpx

କୁଲିରୁ ବନିଲେ ପ୍ରଶାସନିକ ଅଧିକାରୀ: ଝିଅର ଉଜ୍ୱଳ ଭବିଷ୍ୟତ ପାଇଁ କରୁଥିଲେ ରାତି ଦିନ ପରିଶ୍ରମ; ଦେଖନ୍ତୁ ଭିଡିଓ…

ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ । ଏହି ଆଇଏସ ପଦବୀ ପାଇଁ ଅନେକ ଦେଖିଥାନ୍ତି ସ୍ୱପ୍ନ । ଏହି ଆଇଏଏସ ହେବାର ରାସ୍ତା ମଧ୍ୟ ସହଜ ନୁହେଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ ଏଥିପାଇଁ । ଆପଣ ହୁଏତ ଶୁଣିଥିବେ କୌଣସି ଗରିବ ଲୋକ ପରିଶ୍ରମ କରି ଆଇଏସ ପଦବୀକୁ ହାସଲ କରିଛନ୍ତି । କିନ୍ତୁ ଜଣେ କୁଲିରୁ ଦେଶର ସବୋର୍ଚ୍ଚ ପ୍ରଶାସନିକ ପଦରେ ପହଞ୍ଚିବା କଥା ଶୁଣିଛନ୍ତି କି? ଆଜ୍ଞା ହଁ ଏହା ଏକଦମ ସତ କଥା । ଜଣେ କୁଲି ଏବେ ପାଇଛନ୍ତି ଆଇଏଏସ ।

କଣେ କୁଲି ଯିଏ କାନ୍ଧରେ ଲୋକଙ୍କ ଜିନିଷ ଉଠାଉଥିଲା, ରାତି ଦିନ କୁଲି କାମ କରି ପେଟ ପୋଷୁଥିଲେ ତାଙ୍କୁ ଜାଣିନଥିଲେ କେହି ହେଲେ ତାଙ୍କ ଭିତରେ ରହିଥିଲା ଆଇଏଏସ ହେବାର ନିଶା । ଏହି ନିଶା ଯୋଗୁଁ ଆଜି ସେ ହୋଇପାରିଛନ୍ତି ପ୍ରଶାସନିକ ଅଧିକାରୀ । କେରଳର ଶ୍ରୀନାଥ ହେଉଛନ୍ତି ସେହି କୁଲି ଯେ ଏବେ ବନିଯାଇଛନ୍ତି ପ୍ରଶାସନିକ ଅଧିକାରୀ । ସାଧାରଣ କୁଲିରୁ ଏବେ ହୋଇଛନ୍ତି ପ୍ରଶାସନିକ ଅଧିକାରୀ । ହେଲେ ଏହି ପ୍ରଶଂସା ଭିତରେ କେବେ ଲୁଚିପାରିବନି ତାଙ୍କର ସେ ପରିଶ୍ରମ ।

ଶ୍ରୀନାଥଙ୍କ ଗୋଟିଏ ଏକ ବର୍ଷର ଝିଅ ଅଛି । ଆଉ ସେ ସବୁବେଳେ ନିଜ ଝିଅର ମୁହଁ ଦେଖି ନିଜର ଆର୍ଥିକ ସ୍ଥିତି କଥା ଭାବି ଚିନ୍ତାରେ ପଡ଼ିଯାଉଥିଲେ । ଏମିତିକି ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ୨ ଟି ସିଫଟରେ ମଧ୍ୟ କରୁଥିଲେ ।  ତଥାପି ସେ ଜାଣିଥିଲେ ଏହି କୁଲି କାମ କରି କରି ଝିଅର ସ୍ୱପ୍ନବି ପୁରଣ କରିପାରିବେ ନାହିଁ । ଏମିତି ଭଲ ପାଠ ପଢ଼଼ାଇ ପାରିବେ ନାହିଁ । ତାପରେ ସେ ନିଜେ ସ୍ଥିର କରିଥିଲେ ଏମିତି କିଛି ବଡ଼ ସଫଳତା ହାସଲ କରିବାକୁ ଯେଉଁଥିରେ ପରିବାର ଭବିଷ୍ୟତ ଗଢିପାରିବେ ।

ଆଉ କ୍ଲିଅର କରିଥିଲେ କେରଳ ପ୍ରଶାସନିକ ଅଧିକାରୀ ପରୀକ୍ଷା କେପିଏସସି । କିନ୍ତୁ ଏଯାତ୍ରା ଏତେ ସହଜ ନଥିଲା । ଏରନାକୁଲମ ରେଲ ଷ୍ଟେସନରେ କୁଲି କାମ କରି କରି କିଛି ଏମିତି କରି ଘର ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁ କରୁ  ୟୁପିଏସି ପରୀକ୍ଷା ଦେବାପାଇଁ ମୁଣ୍ଡକୁ ଛୁଇଁଥିଲା । କିନ୍ତୁ ପରୀକ୍ଷା ଦେବେ କିପରି ପାଖରେ ସେତେ ଭଲ ନାହିଁ ଯେ ଭଲ କୋଚିଙ୍ଗ ସେଣ୍ଟରେ ପାଠ ପଡିପାରିବେ । ଏମିତିକି ଷ୍ଟଡ଼ି ମ୍ୟାଟେରିଆଲ କିଣିବାବି ସମ୍ଭବ ହେଉନଥିଲା । ଶେଷରେ ସେହି ରେଲୱେ ଷ୍ଟେସନରେ ମାଗଣା ୱାଇଫାଇର ସାହାଯ୍ୟରେ ଇଣ୍ଟରନେଟ୍ ଦ୍ୱାରା ପଢ଼ି ପାସ କରିଥିଲେ ସେ କେପିଲଏସସି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.