fbpx

(Video) ଶିଶୁର ଜୀବନ ବଞ୍ଚାଇବାକୁ ୮ ମହଲା ବିଲ୍ଡିଂରେ ଚଢ଼ିଗଲେ ଯୁବକ, ବାଜିରେ ଲଗାଇଲେ ଜୀବନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ଏକ ବିଲ୍ଡିଂର ୮ମ ମହଲାରେ ଫସିଥିବା ଏକ ଛୁଆକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଭିଡିଓଟି କାଜାକିସ୍ତାନ ବୋଲି କୁହାଯାଉଛି । ଭିଡିଓରେ ଦେଖାଯାଉଛି ଯେ ବିଲ୍ଡିଂର ଝରକାରେ ଗୋଟିଏ ଛୋଟ ପିଲା ଝୁଲୁଥିବାର ଦେଖି ବ୍ୟକ୍ତି ଜଣକ ପିଲାଟିକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଆଉ ଏହି ଭିଡିଓ ଭାଇରାଲ ହେବାପରେ ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି ।

ଘଟଣା ଅନୂଯାୟୀ, ଏହି ଯୁବକ ଯାହାଙ୍କ ନାମ ସବିତ ଶୋଂତକବାଏବ ନିଜ ବନ୍ଧୁଙ୍କ ସହ ସେହି ବାଟ ଦେଇଯାଉଥିଲେ ଏବଂ ସେହି ସମୟରେ ସେ ଏକ ବିଲ୍ଡିଂ ନିକଟରେ ଭିଡ଼ ଜମା ହୋଇଥିବାର ଦେଖିଥିଲେ ଏବଂ ଯେତେବେେଳେ ସେ ବିଲ୍ଡିଂ ପାଖକୁ ଯାଇଥିଲେ ଦେଖିଥିଲେ ଯେ ୮ମ ମହଲାର ଏକ ଝରକାରେ ଗୋଟିଏ ପିଲା ଝୁଲୁଥିଲା, ତାହା ଦେଖି ସେ ସଙ୍ଗେ ସଙ୍ଗେ ବିଲ୍ଡିଂ ଉପରେ ଚଢ଼ିବା ଆରମ୍ଭ କରିଦେଇଥିଲେ ଏବଂ ବଡ଼ କଥା ହେଉଛି ସେ ପିଲାଟିକୁ ବଞ୍ଚାଇଥିଲେ ମଧ୍ୟ ।

ସୋସିଆଲ ମିଡିଆରେ ଦେଶର ଆପାତକାଳୀନ ସ୍ଥିତି ବିଭାଗ ସୂଚନା ଦେଇଛି ଯେ ଘଟଣା ସକାଳ ୧୦ଟାରେ ଘଟିଥିଲା । ଡାଲା ଷ୍ଟ୍ରିଟ ସ୍ଥିତ ଏକ ବିଲ୍ଡିଂର ୮ମ ମହଲାର ଏକ ଝରକାରେ ଗୋଟିଏ ତିନି ବର୍ଷରେ ଶିଶୁ ଝୁଲୁଥିଲା । ଏହାରେ ସେହି ଯୁବକ ଜଣକ ତାଙ୍କୁ ପିଲାଟିକୁ ବଞ୍ଚାଇଥିଲେ । ଏଠାରେ ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.