fbpx
BSKY SKY
BSKY SKY

(Video)ଟ୍ରେନଉପରେ ଚଢି ଧରିନେଲେ ବିଦ୍ୟୁତ ତାର ଆଉ ତାପରେ ଯାହା ହେଲା ଦେଖିଲେ ଥରିଯିବ ଆପଣଙ୍କ ହୃଦୟ …

BSKY

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାହରାଇଚରେ ଏକ ବଡ଼ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାର ଲାଗିଛି । ଯାହା ଏବେ ହଜାର ହଜାର ଲୋକଙ୍କ ହୃଦୟକୁ ଥରାଇ ଦେଇଛି। ଭିଡିଓରେ ଜଣେ ଯୁବକ ପ୍ରଥମେ ଟ୍ରେନର ଇଞ୍ଜିନ ଉପରେ ଚଢି ଥିବାର ଦେଖିବାକୁ ମିଳୁଛି । ଆଉ ଲୋକ ତାଙ୍କୁ ତଳୁ ଓହ୍ଲାଇ ପଡ଼ ବୋଲି ଡାକୁଥିବାର ଶୁଣିବାକୁ ମିଳୁଛି । ଆଉ ହଠାତ୍ ତାହା ପରେ ଯାହା ହେଲା ଦେଖିବା ପରେ ଆପଣଙ୍କ ମଧ୍ୟ ଦେହ କମ୍ପି ଉଠିବ ।

ଭିଡ଼ିଓ ମୁତାବକ ବ୍ୟକ୍ତି ଜଣକ ରେଳ ଲାଇନ ଉପରେ ଯାଇଥିବା ବିଦ୍ୟୁତ ତାରାକୁ ସ୍ପର୍ଶ କରୁଥିବା ନଜର ଆସିଛନ୍ତି। ଏହା ପରେ ପ୍ରବଳ ବିସ୍ଫୋରଣ ପରେ ଯୁବକ ଜଣକ ଟ୍ରେନର ଛାତରୁ ଖସିପଡିଥିବାର ନଜର ଆସିଛନ୍ତି। ଗ୍ରହଣ କରାଯାଇଥିବା ସୂଚନା ଅନୁଯାୟୀ ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବାସ୍ତବରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନ ଇଞ୍ଜିନ ଛାତ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ଆଉ ଏଭଳି ଘଟଣା ଘଟିଛି ।

ଯୁବକ ଜଣକ ଟ୍ରେନ୍ ଦେଇ ଯାଉଥିବା ଉଚ୍ଚ ଟେନ୍ସନ୍ ତାରକୁ ସ୍ପର୍ଶ କଲା ଏବଂ ଏହା ନିଆଁ ବଲରେ ପରିଣତ ହେବାର ଦେଖିବାକୁ ମିଳିଛି । ନିଆଁ ଲାଗିବା କାରଣରୁ ସେ ବହୁତ ଖରାପ ଜଳି ଯାଇଛନ୍ତି। ସୂଚନା ଅନୁଯାୟୀ, ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ନୌକୁ ରେଫର୍ କରାଯାଇଛି। ଏହି ଦୁର୍ଘଟଣାର ଭୟଙ୍କର ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ତେବେ ସୂଚନାମୁତାବକ ଏହି ଘଟଣା ବାହରାଇଚରୁ ଗୋରଖପୁର ଅଭିମୁଖେ ଘଟିଛି ବୋଲି ସୂଚନା ଦିଆଯାଇଛି। କୁହାଯାଉଛି ଯେ ବାହରାଇଚର ଜାରୱାଲ ରୋଡ ରେଳ ଷ୍ଟେସନ ପାର ହେବା ପରେ ଟ୍ରେନ ରେଡ ସିଗନାଲରେ ଅଟକି ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁସାରେ, ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବକ ଦ୍ରୁତଗତିରେ ଓହ୍ଲାଇ ଟ୍ରେନର ଇଞ୍ଜିନ ଉପରେ ଚଡିଗଲେ। ଏହି ସମୟରେ, ସେ ଏହା କରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ତାଙ୍କୁ ଏପରି କରିବାକୁ ଅଟକାଇଲେ। ଭିଡିଓରେ ଲୋକମାନେ ଟ୍ରେନର ଇଞ୍ଜିନରୁ ଓହ୍ଲାଇବା ପାଇଁ କ୍ରମାଗତ ଭାବରେ ପାଟି କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଗୁରୁତର ପୋଡି ହେଇଯାଇଥିବା ଯୁବକଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌକୁ ପଠାଯାଇଛି। ଏଥି ସହିତ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Get real time updates directly on you device, subscribe now.