fbpx
BSKY SKY
BSKY SKY

ଚାଷୀଙ୍କୁ କେବେ ମିଳିବ ୧୪ତମ କିସ୍ତି ଟଙ୍କା ? ସାମ୍ନାକୁ ଆସିଲା ତାରିଖ !

BSKY

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା । ଏଥିରୁ କୃଷକମାନେ ବହୁତ ଲାଭବାନ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ୧୩ ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଆସିଛି । ବର୍ତ୍ତମାନ କୃଷକମାନେ ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ସହିତ ପ୍ରାୟ ୯ କୋଟି କୃଷକ ଜଡିତ ଅଛନ୍ତି । ଏହି ଯୋଜନା ଅଧୀନରେ କୃଷକମାନେ ପ୍ରତିବର୍ଷ ୨-୨ ହଜାର ଟଙ୍କା ପାଆନ୍ତି ।

ମୋଦି ସରକାର ୧୩ତମ କିସ୍ତି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଛନ୍ତି। ସାଧାରଣତଃ ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ ଆସିଥାଏ। ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟଭାଗ ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୁଏ। ଯେତେବେଳେ ଅର୍ଥର ତୃତୀୟ କିସ୍ତି କଥା ଆସେ, ଏହା ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୁଏ। ପରେ ପିଏମ କିସାନ ଟଙ୍କା ପୂର୍ବପରି ପୁଣି ଉପଲବ୍ଧ ହେବ। ଏହାର ଅର୍ଥ ହେଉଛି ଏପ୍ରିଲରୁ ଜୁଲାଇ ମଧ୍ୟଭାଗରେ ପିଏମ କିସାନର ୧୪ତମ କିସ୍ତି ଗ୍ରହଣ କରିବାକୁ ଯାଉଛନ୍ତି ଚାଷୀ।

ପ୍ରଧାନମନ୍ତ୍ରୀ କିସାନଙ୍କ ଅଧୀନରେ ୧୧ତମ କିସ୍ତି ମେ ମାସରେ ଗ୍ରହଣ କରାଯାଇଥିଲା ଏବଂ ଅକ୍ଟୋବରରେ ୧୨ତମ କିସ୍ତି ଟଙ୍କା ଗ୍ରହଣ କରାଯାଇଥିଲା। ସେହିପରି ୧୩ତମ କିସ୍ତି ଫେବୃଆରୀ ୨୬ରେ ପାଇଥିଲେ ଚାଷୀ। ୧୪ତମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ ହେବ।

ପିଏମ କିସାନ ଚାଷୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଦେଇଛନ୍ତି ସରକାର। ଏହା ନିଶ୍ଚିତ ଭାବରେ କହିଛି ଯେ e-KYC ସମାପ୍ତ ହେବା ଦରକାର। ନଚେତ୍ ଟଙ୍କା ଆସି ନପାରେ। ଆପଣ ଏହି କାର୍ଯ୍ୟକୁ ଅନଲାଇନରେ ସମ୍ପୂର୍ଣ୍ଣ କରିପାରିବେ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.in କୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।

-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।

-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

Get real time updates directly on you device, subscribe now.