fbpx

ପତ୍ନୀ ଠିକ ଭାବରେ ଶାଢୀ ନ ପିନ୍ଧିବାରୁ ସ୍ୱାମୀ କଲେ ଆତ୍ମହତ୍ୟା: ସୁଇସାଇଡ ନୋଟରେ ଲେଖିଲେ ଏମିତି କିଛି

ମହାରାଷ୍ଟ୍ର: ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଜଣେ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଦାମ୍ପତ୍ତ୍ୟ ଜୀବନରେ ଅଶାନ୍ତି ରହୁଥିବାରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ମୁକୁନ୍ଦବାଡି ଥାନା ଅଧୀନସ୍ଥ ମୁକୁନ୍ଦନଗରରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଏ ନେଇ ପ୍ରଭାରୀ ବ୍ରହ୍ମା ଗିରି ସମସ୍ତ ସୂଚନା ଦେଇଛନ୍ତି ।

ତାଙ୍କ କହିବା ଅନୁସାରେ, ମୃତ ବ୍ୟକ୍ତିଙ୍କ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ତାଙ୍କ ମୃତ୍ୟୁର କାରଣ ତାଙ୍କ ପତ୍ନୀ ବୋଲି ସେ ପରୋକ୍ଷ ଭାବରେ ସୂଚାଇ ଦେଇଛନ୍ତି । ପତ୍ନୀ ଠିକ ଭାବେ ଶାଢୀ ପିନ୍ଧି ପାରୁ ନଥିବା ବେଳେ ଚାଲି ପାରୁ ନାହାନ୍ତି କି ଉଚିତ କଥା ମଧ୍ୟ କହି ପାରନ୍ତି ନାହିଁ । ୬ ମାସ ପୂର୍ବରୁ ଏହି ଯୁବକ ଜଣକ ଜଣେ ୬ ବର୍ଷ ଅଧିକ ବୟସର ଝିଅଙ୍କୁ ବିବାହ କରିଥିଲେ । ତେବେ ଆଜି ତାଙ୍କ ରୁମରେ ହିଁ ମୃତଦେହ ଜବତ ହୋଇଛି ।

ଏଭଳି ଏକ ଅଜବ କାରଣ ଦର୍ଶାଇ ପ୍ରାଣ ହାରିଛନ୍ତି ଏହି ବ୍ୟକ୍ତିଜଣକ । ଏହାପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁଇସାଇଡ ନୋଟ ଆଧାରରେ ତଦନ୍ତ ଆଗକୁ ବଢାଇଛି ପୋଲିସ । ତେବେ ଖୁବ ଶୀଘ୍ର ଏହାର ପ୍ରକୃତ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.