fbpx
BJD
BJD SKY
BJD SKY

ବିରିୟାନୀରେ ମିଳିଲାନି ଲେଗ ପିସ୍, ମନ୍ତ୍ରୀଙ୍କୁ କଲେ ଅଭିଯୋଗ; ତାପରେ…

ଭୁବନେଶ୍ୱର: ଆପଣ ବିରିୟାନୀ ପାଇଁ ଲୋକଙ୍କୁ ଲମ୍ବା ଳାଇନରେ ଛିଡ଼ା ହେବା କଥା ଶୁଣିଥିବେ । କିନ୍ତୁ କେବେ ବିରିୟାନୀରେ ଲେଗ ପିସ ନଥିବା ଯୋଗୁଁ ମନ୍ତ୍ରୀଙ୍କୁ ଅଭିଯୋଗ କରିବା କଥା ଶୁଣିଛନ୍ତି କି? ଏଭଳି କିଛି ମଜାଦାର ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ବିରିୟାନୀରେ ଅତିରିକ୍ତ ମସଲା ପଡ଼ିଥିବା ଏବଂ ଲେଗ ପିସ ନଥିବା ନେଇ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ତେବେ ଟ୍ୱିଟରେ ଏହାର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଆପଣ ମତେ କାହିଁକି ଟ୍ୟାଗ କରିଛନ୍ତି? ମୋ ଠାରୁ ଆପଣ କ’ଣ ଆଶା କରୁଥିଲେ । ତେବେ ପ୍ରଶ୍ନ କରିଥିବା ବ୍ୟକ୍ତ ଜଣକ ନିଜର ଟ୍ୱିଟକୁ ଡିଲିଟ କରିଦେଇଥିଲେ ।

ଜାଣନ୍ତୁ ପୂରା ଘଟଣା:

ତେଲେଙ୍ଗାନାରେ ଘଟିଥିବା ଏହି ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି । ନଗର ଉନ୍ନୟନ ମନ୍ତ୍ରୀ କେଟି.ରାମାରାଓ (କେଟିଆର)ଙ୍କୁ ହୋଇଥିବା ଅଭିଯୋଗଭିତ୍ତିକ ଏହି ଟ୍ୱିଟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓବୈସି ଏକ ମଜାଦାର ଢଙ୍ଗରେ ଉତ୍ତର ଲେଖିଥିଲେ ‘କେଟିଆରଙ୍କ କାର୍ଯ୍ୟାଳୟ ତୁରନ୍ତ ଏହାର ଉତ୍ତର ଦେବା ଦରକାର! କେଟିଆର ଏବଂ ତାଙ୍କ ଟିମ ଏହି ମାହାମାରୀରେ ଲୋକଙ୍କର ଆବଶ୍ୟକକୁ ପୂରଣ କରିବାରେ ଲାଗିଛନ୍ତି ।’ ବୋଲି ଓବୈସି ଉଲ୍ଲେଖ କରିଥିଲେ । ତେବେ ଏହି ଟ୍ୱିଟକୁ ନେଇ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । କୃଷ୍ଣା କେଟିଆରଏସ ନାମକ ଏକ ୟୁଜର ଲେଖିଛନ୍ତି ଯେ ‘ତାଙ୍କୁ ଲେଗ ପିସ ଦରକାର ଥିଲା କିନ୍ତୁ ତାଙ୍କୁ ସେଭଳି ପିସ୍ ମିଳିନଥିଲା । ଫଳରେ ସେ ଖାଦ୍ୟ ଯୋଗାଉଥିବା ଅନଲାଇନ୍ ସଂସ୍ଥା ଜୋମାଟୋ ଉପରେ ରାଗିଯାଇଥିଲେ । କିନ୍ତୁ ସେ ଭୋକିଲା ଥିଲେ ଓ ତାଙ୍କ ରାଗକୁ ଜଣାଇବାକୁ ଚାହୁଥିଲେ । ଆପଣଙ୍କ ଉତ୍ତର ତାଙ୍କୁ ଶାନ୍ତି କରାଇଦେବ । ଜୋମାଟୋ ତାଙ୍କୁ ଲେଗ ପିସ ଦେଇଦିଅ ।’ ବୋଲି ଉଲ୍ଲେଖ କରିଛନ୍ତି କୃଷ୍ଣା ।

ତେବେ ସୋସିଆଲ୍ ମିଡିଆରେ ମନ୍ତ୍ରୀଙ୍କୁ ଏଭଳି ଟ୍ୱିଟ୍ ହେବା ଘଟଣା ସାଧାରଣତଃ ପ୍ରଥମ ବୋଲି କୁହାଯାଉଛି । ଏବଂ ଏନେଇ ମନ୍ତ୍ରୀ ଅବଶ୍ୟ ରାଜ୍ୟର ସ୍ଥିତି ସମ୍ପର୍କରେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.