fbpx

ଦେଶରେ ୧୦ ଗୁଣ ବଢ଼ିଲା ରେମଡେସିଭିର ଉତ୍ପାଦନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ଖୁବ୍ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସଂକଟ କାଳରେ ଦେଶରେ ରେମଡେସିଭିର ଔଷଧର ଅଭାବ ଦେଖାଦେଇଥିଲା । ତେବେ ଏକ ଆଶ୍ୱସ୍ତିକର ଖବର ଆସିଛି । ଦେଶରେ କରୋନା ମହାମାରୀ ବିରୋଧୀ ଲଢ଼େଇରେ ଆଉ ଅଭାବ ହେବନାହିଁ ରେମଡେସିଭିର । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡୱିୟା ଶନିବାର ଏହି ଆଶ୍ୱସ୍ତି ଖବର ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରେମଡେସିଭିର ଇଞ୍ଜେକସନ ଉତ୍ପାଦନ ୧୦ ଗୁଣା ବଢ଼ାଯାଇଛି । ସେ ଏନେଇ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗୋଟିଏ ମାସ ମଧ୍ୟରେ ରେମଡେସିଭିର ଉତ୍ପାଦନ ୧୦ ଗୁଣା ବଢ଼ିଛି । ଏପ୍ରିଲରେ ୧୦ ଲକ୍ଷ ରେମଡେସିଭିର ଇଞ୍ଜେକସନ ତିଆରି ହେଉଥିବାବେଳେ ମେ’ ମାସରେ ଏହାର ଉତ୍ପାଦନ ୧କୋଟିରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଆହୁରି କହଛନ୍ତି ଯେ, ଏବେ ଦେଶରେ ପର୍ଯ୍ୟାପ୍ତ ରେମଡେସିଭିର ରହିଛି । କାରଣ ଏବେ ଅଧିକ ଉତ୍ପାଦନ ରହିଛି । ତେଣୁ ରାଜ୍ୟ ସରକାରମାନେ ସିଧାସଳଖ ଭାବେ ରେମଡେସିଭିର କିଣିପାରିବେ । ନ୍ୟାସନାଲ ଫାର୍ମାସିଟ୍ୟୁକାଲ ପ୍ରାଇସିଙ୍ଗ ଅଥରିଟି ଏବଂ ସିଡିଏସସିଓ ଇଣ୍ଡିଆକୁ ଦେଶରେ ରେମଡେସିଭିରର ଉପଲବ୍ଧତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସରକାର ଜରୁରିକାଳୀନ ଆବଶ୍ୟକତା ପାଇଁ ଷ୍ଟକ ଭାବରେ ରେମଡେସିଭିରର ୫୦ ଲକ୍ଷ ସିସି କିଣିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.