fbpx

ଗିନିଜ୍ ବିଶ୍ୱ ରେକର୍ଡ: ୭ ମିନିଟରେ ୫୦ଟି ରାଗଯୁକ୍ତ ଲଙ୍କା ଖାଇଦେଲେ ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ରେକର୍ଡ କରିବା ନିଶାରେ ବହୁ ଅସମ୍ଭବ କାର୍ଯ୍ୟ କରିବାକୁ ପଛାଇ ନଥାନ୍ତି । କିଛି ଯୁବକ, ଚଳନ୍ତା ଟ୍ରେନ, ଚଳନ୍ତା ବସ, ପାଣିରେ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି । ଏପରି ରେକର୍ଡ ନିଶା ପାଇଁ ଅନେକ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥିବାର ଦେଖାଯାଇଛି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଖବର ମୁତାବକ, ଜଣେ ବ୍ୟକ୍ତି ରେକର୍ଡ କରିବା ନିଶାରେ ବିଶ୍ୱର ସବୁଠାରୁ ଅଧିକ ରାଗଯୁକ୍ତ ଲଙ୍କା ଖାଇ ଦେଇଥିଲେ । ଏହି ସବୁ ଲଙ୍କା ଖାଇବା ପାଇଁ ଯୁବକ ଜଣଙ୍କ ୬ ମିନିଟ ୪୯.୨ ସେକେଣ୍ଡ ସମୟ ନେଇଥିଲେ । ଯୁବକ ଜଣଙ୍କ କାନାଡ଼ାର ବାସିନ୍ଦା ହୋଇଥିବା ବେଳେ ତାଙ୍କର ନାମ ହେଉଛି ମାଇକ ଜ୍ୟାକ । ଏହି ରାଗଲଙ୍କା ଖାଇବା ପରେ ଜ୍ୟାକଙ୍କ ପେଟ ଖୁବ ଜୋରରେ ଜ୍ୱଳନ ହୋଇଥିଲା । ମାତ୍ର ସେ ରେକର୍ଡ ନିଶାରେ ଆଦୌ ନ ଅଟକି ଖାଇ ଚାଲିଥିଲେ ।

୫୦ଟି କାରୋଲିନା ରିପର୍ସ ଲଙ୍କା ଖାଇ ଜ୍ୟାକ ଗିନିଜ୍ ବିଶ୍ୱ ରେକର୍ଡ କରିଛନ୍ତି । ରେକର୍ଡ କରିବା ପରେ ବି ଜ୍ୟାକ ଆହୁରି ୮୫ଟି ଲଙ୍କା ଖାଇଥିଲେ । ଜ୍ୟାକ ମସଲାଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ କରି ରାଗଯୁକ୍ତ ଖାଦ୍ୟ ପାଇଁ ସହନଶୀଳତା ବିକଶିତ କରିଥିଲେ । ସାଧାରଣ ଭାବେ ଜଣେ ବ୍ୟକ୍ତି ବାଡ଼ି ବଗିଚା ବା ବଜାରରେ ମିଳୁଥିବା ଲଙ୍କାରୁ ୨/୩ଟି ଖାଇ ପାରିନଥାଏ । ତେଣୁ ଜ୍ୟାକଙ୍କ ଏହି ରେକର୍ଡ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଜଣେ ବୌଦ୍ଧ ଭିକ୍ଷୁଙ୍କ ଠାରୁ ସେ ଏହି ପ୍ରେରଣା ପାଇଥିବା ଜ୍ୟାକ କହିଛନ୍ତି ।

Get real time updates directly on you device, subscribe now.