fbpx
BJD SKY
BJD SKY

ଧାରୁଆ ଛୁରିରେ ପରସ୍ପରର ଗଳା କାଟିଦେଲେ ପ୍ରେମି ଯୁଗଳ: ପ୍ରେମିକାର ମୃତ୍ୟୁ, ପ୍ରେମିକ ଗୁରୁତର

BJD

ଜୟପୁର: ଜୟପୁରରୁ ସାମ୍ନାକୁ ଆସିଛି ପ୍ରେମର ସାଂଘାତିକ କାହାଣୀ । ଧାରୁଆ ଛୁରିରେ ପରସ୍ପରର ଗଳା କାଟି ଦେଇଛନ୍ତି ପ୍ରେମୀ ଯୁଗଳ। ଏହି ହୃଦୟ ବିଦାରକ ଘଟଣାରେ ପ୍ରେମିକାର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ଗୁରୁତର ଆହତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ପୋଲିସ୍ । ଆହତ ପ୍ରେମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଖବର ଅନୁଯାୟୀ, ଜୟପୁର ସହରର ହରମାଡା ଥାନା ଅଞ୍ଚଳରେ ସୋମବାର ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ଲୋହା ମଣ୍ଡି ରୋଡରେ ଜଣେ ଯୁବକ ଓ ଜଣେ ଯୁବତୀ ଛୁରିରେ ପରସ୍ପରର ଗଳା କାଟି ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ସମୟରେ କେହି ଜଣେ ଏ ନେଇ ପୋଲିସକୁ ସୂଚନା ଦେଇଥିବା ବେଳେ ଦୁହେଁ ଗୋଟିଏ କାର୍ରେ ଲୋହା ମଣ୍ଡିକୁ ଆସିଥିବା କୁହାଯାଉଛି। ଛୁରିରେ ଗଳା କାଟି ଦେବାରୁ ଉଭୟ ଗୁରୁତର ଆହତ ହୋଇଥିଲେ। ଏହାପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ମହିଳାଙ୍କ ନାମ ଜ୍ୟୋତି ବୋଲି ଜଣାପଡ଼ିଛି। ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ। ପୋଲିସର ପ୍ରାଥମିକ ତଦନ୍ତରେ ଏହି ମାମଲା ପ୍ରେମ ସମ୍ପର୍କ ସହ ଜଡିତ ବୋଲି ଜଣାପଡିଛି । ତେବେ ଘଟଣାର କାରଣ ଜଣାପଡ଼ିନାହିଁ।

Get real time updates directly on you device, subscribe now.