fbpx

Google ଏବଂ HP ମିଳାଇଲେ ହାତ, ଭାରତରେ ଆରମ୍ଭ ହେଲା କ୍ରୋମବୁକର ପ୍ରଡକସନ

ନୂଆଦିଲ୍ଲୀ: ଦୁନିଆର ବଡ଼ କମ୍ପାନୀ ଗୁଗୁଲ ପିସି ମେକର ଏଚପି ସହ ମିଶି ଭାରତରେ କ୍ରୋମବୁକର ମାନ୍ୟୁଫ୍ୟାକ୍ଚରିଙ୍ଗ ଆରମ୍ଭ କରିଛି । ପର୍ସନାଲ କମ୍ପ୍ୟୁଟର ମାନ୍ୟୁଫ୍ୟାକ୍ଚର ସୋମବାର ଦିନ ଏହି ସୂଚନା ଦେଇଛନ୍ତି । କ୍ରୋମବୁକ ଡିଭାଇସର ମାନ୍ୟୁଫ୍ୟାକ୍ଚରିଙ୍ଗ ଚେନ୍ନାଇ ପାଖେ ପ୍ଲେକ୍ସ ପ୍ଲାଣ୍ଟରେ କରାଯାଉଛି । ଏଚପି ଅଗଷ୍ଟ ୨୦୨୦ ରେ ଲ୍ୟାପଟପ ଏବଂ ଡେକ୍ସଟପ ରେଞ୍ଜର ପ୍ରଡକ୍ସନ କରୁଛି ।

ଗୁଗୁଲର ଚିଫ ଏଗଜୁକୁଟିଭ ଅଫିସର ସୁନ୍ଦର ପିଚାଇ ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟପର୍ମ ଏକ୍ସର ପୋଷ୍ଟରେ କହିଛନ୍ତି ଯେ, ଆମେ ଭାରତରେ କ୍ରୋମବୁକର ମାନ୍ୟୁଫ୍ୟାକ୍ଚରିଙ୍ଗ ପାଇଁ ଏଚପି ସହିତ ପାର୍ଟନରସିପ କରୁଛୁ । ଭାରତରେ ପ୍ରଥମ ଥର କ୍ରୋମବୁକର ପ୍ରଡକ୍ସନ କରାଯାଉଛି । ଏହା ଭାରତୀୟ ଛାତ୍ରମାନଙ୍କ ପାଇଁ ଫାଇଦା ଏବଂ ସୁରକ୍ଷିତ ପ୍ରଦାନ କରିବ ।

ଏଚପିର ପ୍ରବକ୍ତା ଏହା କହିଛନ୍ତି ଯେ, କ୍ରୋମବୁକର ପ୍ରଡକ୍ସନ ଭାରତରେ ଆରମ୍ଭ ହେବାକୁ ଯାଉଛି । ନୂତନ କ୍ରୋମବୁକ ଅନଲାଇନରେ ଉପଲବ୍ଧ ଅଛି । ଏହା ମୂଲ୍ୟ ୧୫,୯୯୦ ଟଙ୍କାରୁ ଆରମ୍ଭ ହେଉଛି । କ୍ରୋମବୁକ୍ ର ସ୍ଥାନୀୟ ଉତ୍ପାଦନ ଭାରତରେ HP ର PC ପୋର୍ଟଫୋଲିଓକୁ ବିସ୍ତାର କରେ । ସରକାରଙ୍କ ୧୭,୦୦୦ କୋଟି ଟଙ୍କାର ଉତ୍ପାଦନ ଲିଙ୍କେଡ୍ ଇନସେଣ୍ଟିଭ୍ ସ୍କିମ୍ (PLI) ରେ ମଧ୍ୟ HP ଆବେଦନକାରୀ । ଗୁଗୁଲ୍ ଏବଂ ଏଚପି ଦ୍ୱାରା ଜାରି ମିଳିତ ବିବୃତ୍ତିରେ କୁହାଯାଇଛି ଯେ, କ୍ରୋମବୁକ୍ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ପାଇଁ ଏକ ଅଗ୍ରଣୀ ଉପକରଣ ଅଟେ। ଏଥିରୁ ସାରା ବିଶ୍ୱରେ ୫ କୋଟିରୁ ଅଧିକ ଛାତ୍ର ଓ ଶିକ୍ଷକ ଉପକୃତ ହେଉଛନ୍ତି।

Get real time updates directly on you device, subscribe now.