fbpx

ପିତୃଦୋଷ ଅଛି କି ନାହିଁ ଜାଣିବେ କିପରି ? ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଉପାୟ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପିତୃଦୋଷ କଥା ଶୁଣିଲେ ସାଧରଣତଃ ସମସ୍ତଙ୍କ ମନ ଭିତରେ ଏକ ପ୍ରକାରର ଭୟ ସୃଷ୍ଟି ହୁଏ । ତେବେ କଣ ଏହି ପିତୃଦୋଷ, କାହିଁକି ଏହା ଏତେ ଗୁରୁତ୍ବପୂର୍ଣ୍ଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା କି ଅଜଣାରେ ହେଉ ଯଦି ଘରର ପିତୃ ପୁରୁଷ କେହି ପିଣ୍ଡପାଣି ପାଉ ନଥାନ୍ତି, ତେବେ ଏହାକୁ ପିତୃଦୋଷ କୁହାଯାଏ । ଜାଣନ୍ତୁ ଏହା କେତେ ଗୁରୁତ୍ବପୂର୍ଣ୍ଣ । ଅନେକ ପଣ୍ଡିତଙ୍କ ମତରେ ଯଦି ଆପଣଙ୍କ ଘରେ ପିତୃଦୋଷ ରୁହେ ତେବେ ଆପଣ କେବେ ସମୃଦ୍ଧଶାଳୀ ହୋଇ ପାରିବେ ନାହିଁ ।

ପିତୃଦୋଷ ଅଛି ବୋଲି ଜାଣିବେ କିପରି- ଯଦି ଆପଣଙ୍କ ଘରେ ସଦାବେଳେ କଳହ ଲାଗି ରହୁଥିବ । ଆପଣ ସବୁବେଳେ ଋଣ କରୁଥିବେ, କିମ୍ବା ଆର୍ଥିକ ସମସ୍ୟା ଦେଖା ଦେଉଥିବ । ପରିବାର ସଦସ୍ୟଙ୍କ ବାରମ୍ବାର ଦେହ ଖରାପ ହେଉଥିଲେ । ଦମ୍ପତିଙ୍କ ମଧ୍ୟରେ ଯଦି ସବୁବେଳେ ମନ ମାଳିନ ହେଉଥିବ । ପିଲାଙ୍କୁ ପାଠପଢାରେ ଆଗ୍ରହ ନ ଆସିବା । ପିଲାଙ୍କର ଚାକିରୀ ଓ ବିବାହରେ ବାଧା ଦେଖା ଦେଉଥିବ । ରାତିରେ ଶୋଇଲା ବେଳେ ଯଦି ଘରର ମୁଖ୍ୟ ସଦାବେଳେ ଦୁଃସ୍ବପ୍ନ ଦେଖୁଥିବେ । ତେବେ ଏସବୁ ଲକ୍ଷଣ ଥିଲେ ଜାଣନ୍ତୁ ଆପଣଙ୍କର ପିତୃଦୋଷ ଅଛି ।

ପିତୃଦୋଷର ନିରାକରଣ- ପିତୃଦୋଷର ନିରାକରଣ ପାଇଁ ପ୍ରଥମେ ଆପଣଙ୍କ କୂଳ ପୂରୋହିତଙ୍କ ସହ ଆଲୋଚନା କରିବା ସହ ଜ୍ୟୋତିଷଙ୍କୁ ପରାମର୍ଶ କରନ୍ତୁ । ଯଦି ଆପଣ ବାହାରେ ରହୁଛନ୍ତି ଆପଣ ନିକଟସ୍ତ ମନ୍ଦିରକୁ ଯାଇ ବ୍ରାହ୍ମଣ/ପୂଜକଙ୍କ ସହ ପରାମର୍ଶ କରନ୍ତୁ । ଯଦି ସେତିକି ବି ସମ୍ଭବପର ନୁହେଁ ତେବେ ଆଉ ଏକ ଉପାୟ କରି ପାରନ୍ତି । କିନ୍ତୁ ଏହା ଅସ୍ଥାୟୀ ପ୍ରତିକାର, ସକାଳ କିମ୍ବା ସନ୍ଧ୍ୟାରେ ନିଜର ପୂର୍ବଜ ମାନଙ୍କୁ ମନେ ପକାଇ ତିନିରୁ ସାତ ଥର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରନ୍ତୁ ଦେଖିବେ କିଛିମାତ୍ରାରେ ଆପଣଙ୍କ ସମସ୍ୟା କମ୍ ହୋଇଯିବ ।

Get real time updates directly on you device, subscribe now.