fbpx

ପ୍ରଚଣ୍ଡ ଖରାକୁ ଖାତିର ନାହିଁ, ମୁଣ୍ଡରେ ପାଣି ବୋତଲ ରଖି ୧୫ ହଜାର କିମି ପର୍ଯ୍ୟନ୍ତ ଯାତ୍ରା କରି ସାରିଲେଣି ଯୁବକ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ସାଧାରଣ ଭାବେ କହିବାକୁ ଗଲେ ସାଇକେଲ ଚଲାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଆଜିକାଲି ଅନେକ ଲୋକ ଫିଟ୍ ରହିବା ପାଇଁ ନିୟମିତ କିଛି ସମୟ ପାଇଁ ସାଇକେଲ ଚଳାଇବା ଅଭ୍ୟାସ କରୁଛନ୍ତି । ଦେବେ ଆପଣ ସାଇକେଲ ଚଲାଇ କେତେ କି.ମି. ପର୍ଯ୍ୟନ୍ତ ଯାଇପାରିବେ । ଏହାସହିତ ଯଦି ଆପଣଙ୍କୁ କୁହାଯିବ ମୁଣ୍ଡରେ ଏକ ପାଣି ବୋତଲ ରଖି ଆପଣ ସାଇକେଲ ଚଲାନ୍ତୁ ବୋଲି ତେବେ ଆପଣ କ’ଣ ଏପରି କରିପାରିବେ? ମୁଣ୍ଡରେ ପାଣି ବୋତଲ ରଖି ଆପଣ କିଛି ମିଟର ଦୂରତା ପର୍ଯ୍ୟନ୍ତ ଗଲା ପରେ ବୋତଲଟି ମୁଣ୍ଡରୁ ଖସିପଡ଼ିବ ।

ଜଣେ ବ୍ୟକ୍ତି ନିଜ ମୁଣ୍ଡରେ ପାଣି ବୋତଲ ରଖି ସାଇକେଲରେ ୨୦ ହଜାର କିମି ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ଜଣାପଡ଼ିଛି ଯେ, ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ରାଜସ୍ଥାନର ଜଣେ ରିଟାୟାର୍ଡ ସୈନିକ ଆଜାଦ ସିଂହ । ପାଣି ବଞ୍ଚାଇବାର ସଂକଳ୍ପ ନେଇ ସେ ଏପରି ଅଜବ ପ୍ରକାରର ଯାତ୍ରା କରୁଛନ୍ତି । ଆଜାଦ ମୁଣ୍ଡ ଉପରେ ବୋତଲ ରଖି ପ୍ରଚଣ୍ଡ ଗରମରେ ସାଇକେଲରେ ପୂରା ପ୍ରଦେଶ ପରିଭ୍ରମଣ କରୁଛନ୍ତି ।

ଏନେଇ ଆଜାଦ କୁହନ୍ତି ଯେ, ବର୍ତ୍ତମାନ ଭୂପୃଷ୍ଠର ଜଳସ୍ତର ବହୁତ ତଳକୁ ଚାଲିଯାଇଛି । ତେଣୁ ଅଯଥାରେ ଜଳ ନଷ୍ଟ ନକରିବା ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ । ଯମୁନାର ପାଣିକୁ ଉପଲବ୍ଧ କରାଇବା ଦାବି ନେଇ ଆଜାଦ ଯାତ୍ରା ଆରମ୍ଭ କରିଛନ୍ତି । ତେଣୁ ତାଙ୍କର ଯାତ୍ରା ସମୟରେ ସେ ମୁଣ୍ଡରେ ବୋତଲ ରଖୁଛନ୍ତି । ସେଥିପାଇଁ ସେ ଦୈନିକ ୨୫-୩୦ କିମି ସାଇକେଲରେ ଯାତ୍ରା କରୁଛନ୍ତି ବୋଲି ଆଜାଦ କହିଛନ୍ତି ।

Get real time updates directly on you device, subscribe now.