fbpx
BSKY SKY
BSKY SKY

ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳିଲା ଅନୁମତି; ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲିବ ରିସେପ୍ସନ କାଉଣ୍ଟର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ ଗଣମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ ଭିତରକୁ  ପ୍ରବେଶ କରିପାରିବେ ସାମ୍ବାଦିକ । କୋଭିଡ କଟକଣା ହଟିବାପରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ରିସେପ୍ସନ କାଉଣ୍ଟର ଖୋଲିବା ନେଇ ମଧ୍ୟ ସୂଚନା ଦିଆଯାଇଛି । ତେବେ କେବଳ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ହିଁ ଯାଇପାରିବେ । ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ରସେପ୍ସନ କାଉଣ୍ଟର ମଧ୍ୟ ଖୋଲିବ ।

ସୂଚନାଯୋଗ୍ୟ, ବିଧାନସଭାର ବଜେଟ ଅଧିବେଶନ ସମୟରେ ସାମ୍ବାଦିକଙ୍କୁ ଲୋକସଭା ଭବନକୁ ପ୍ରବେଶ ଉପରେ ବିରୋଧୀ ଦାବି କରିଥିଲେ । ବଜେଟ୍ ଅଧିବେଶନର ଶେଷ ଦିନରେ ଶୂନ୍ୟକାଳ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭା ଓ ଲୋକସେବା ଭବନକୁ ତୁରନ୍ତ ଅନୁମତି ଦେବା ନେଇ ଦାବି  ହୋଇଥିଲା । ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ବାହିନୀତି ଓ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇଥିଲେ ।

Get real time updates directly on you device, subscribe now.