fbpx

ବର୍ବରତାର ଭୟଙ୍କର କାହାଣୀ: ନର୍ସ ଚାକିରି ନ ମିଳିବାରୁ କାଟି ଦେଲେ ପତ୍ନୀଙ୍କ…

AAKASH

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବର୍ବରତାର ଏକ ଉନ୍ମୁକ୍ତ କାଣ୍ଡ । ମଣିଷ ମୁଖା ତଳେ ଲୁଚି ରହିଥିବା ଭୟଙ୍କର ସଇତାନ ଦେଖାଇଛି ତା ଅସଲ ରୂପ । ନିଜ ପତ୍ନୀକୁ ଶୋଇଥିବା ଅବସ୍ଥାରେ ଦେଇଛି ଅଜବ ପ୍ରକାର ଦଣ୍ଡ । ମୁହଁକୁ ତକିଆରେ ଚାପି ରଖି ତାଙ୍କ ହାତ ପାପୁଲି କାଟି ଦେଇଥିବା ଜାଣିବାକୁ ମିଳିଛି । ମାନବିକତା ଆଉ ସମ୍ପର୍କକୁ ଭୁଲି କରିଛି ଏମିତି ଏକ ନିର୍ମମ କାଣ୍ଡ ।

ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଶେଖ ଏବଂ ରେଣୁ ଖାତୁନ ୫ ବର୍ଷ ତଳେ ବିବାହ କରିଥିଲେ । ଶେଖ ଗାଁରେ ଏକ ଦୋକାନ କରିଥିବା ବେଳେ ଏକ ନର୍ସିଂ ହୋମରେ ନର୍ସଭାବେ କାର୍ଯ୍ୟରତ ଥିଲେ ରେଣୁ । ତେବେ ନର୍ସିଂ କୋର୍ସ କରିବା ପରେ ଚାକିରି ନ ମିଳିବାରୁ ମହମ୍ମଦ ଶେଖ ଏକ ବିରାଟ କାଣ୍ଡ ଘଟାଇ ଦେଇଛନ୍ତି । ରେଣୁଙ୍କୁ ଶାରୀରିକ ବିକଳାଙ୍ଗ କରିବା ଲକ୍ଷ୍ୟରେ ତାଙ୍କ ଡାହାଣ ହାତ ପାପୁଲ କାଟି ଦେଇଥିବା ଅଭିଯୋଗ ହୋଇଛି ।

ଶୋଇଥିବା ସମୟରେ ମହମ୍ମଦ ନିଜ ସାଥୀ ସହ ତାଙ୍କ ରୁମ ଭିତରକୁ ପଶି ପ୍ରଥମେ ତାଙ୍କୁ ମୁହଁକୁ ଏକ ତକିଆ ସାହାଯ୍ୟରେ ଚାପି ଧରିଥିଲେ । ଯାହାଦ୍ୱାରା ରେଣୁଙ୍କ ଚିତ୍କାର ବାହାରକୁ ଆସି ପାରିବ ନାହିଁ । ଏହାପରେ ତାଙ୍କ ଡାହାଣ ହାତ ପାପୁଲି କାଟି ଦେଇଥିବା ପୀଡିତା କହିଛନ୍ତି । ତେବେ ଅଭିଯୁକ୍ତଙ୍କୁ ସେ ଚିହ୍ନି ପାରିବେ ବୋଲି ମଧ୍ୟ ପୋଲିସକୁ ବୟାନ ଦେଇଛନ୍ତି । ତେବେ ଚାକିରି କରାଇ ନଦେବା ଉଦ୍ଦେଶ୍ୟରେ ତାଙ୍କ ହାତ କାଟି ଦେଇଥିବା କହିଛନ୍ତି ରେଣୁଙ୍କ ଭାଇ ରିପନ ଶେଖ ।

ଏମିତି କାଣ୍ଡ ଘଟାଇବା ପରେ ନିଜେ ରେଣୁଙ୍କୁ ମେଡିକାଲ ନେଇ ଯାଇଥିଲା ମହମ୍ମଦ । ତେବେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଇବା ପରେ ସେଠାରୁ ଫେରାର ହୋଇଯାଇଥିବା ପୋଲିସ ତରଫରୁ ଜାଣିବାକୁ ମିଳିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଶ୍ଚିମବଙ୍ଗ ମହିଳା ଆୟୋଗ ମଧ୍ୟ ଏହି ମାମଲାକୁ ସଙ୍ଗୀନ ଭାବେ ଯାଞ୍ଚ ପାଇଁ ଦାବି କରିଛି । ଏହା ସହିତ ମହିଳାଙ୍କୁ ଉଚିତ ନ୍ୟାୟ ଏବଂ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି ହେଉଛି ।

Get real time updates directly on you device, subscribe now.