fbpx
BSKY
BJD SHG SKY
BJD YOUTH SKY

କୋଷ୍ଟଗାର୍ଡରେ ୧୦ମ ପାସଙ୍କୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ

୧୦ମ ପାସଙ୍କ ପାଇଁ ଇଣ୍ଡିଆନ କୋଷ୍ଟ ଗାର୍ଡରେ ସରକାରୀ ଚାକିରି ପାଇଁ ଭଲ ସୁଯୋଗ ରହିଛି । ହେଡକ୍ୱାର୍ଟର କୋଷ୍ଟ ଗାର୍ଡ ପଶ୍ଚିମ ରିଜନ ତରଫରୁ ଜେନେରାଲ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ୍ ସି ନନ ଗେଜେଟେଡ କାଟାଗୋରୀ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୂଯାୟୀ ମୋଟର ଟ୍ରାନ୍ସପୋର୍ଟ, ସ୍ପ୍ରେ ପେଣ୍ଟର ଏବଂ ମୋଟର ଟ୍ରାନ୍ସପୋର୍ଟ ମେକାନିକ୍ ପଦ ଖାଲି ରହିଛି । ଏହି ସବୁ ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୯ ଜୁଲାଇ ୨୦୨୨ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଜଲଦୀ ଆବେଦନ କରିନିଅନ୍ତୁ । ଏଥିପାଇଁ ଆବେଦନ ଅନଲାଇନ ମାଧ୍ୟମରେ ହେବ ।

ଏହି ସବୁ ପଦରେ ରହିଛି ଖାଲି:
ମୋଟର ଟ୍ରାନ୍ସପୋର୍ଟ ଫିଟର-୫ ପଦ
ସ୍ପ୍ରେ ପେଣ୍ଟର- ୧ ପଦ
ମୋଟର ଟ୍ରାନ୍ସପୋର୍ଟ ମେକାନିକ- ୧ ପଦ

ଶିକ୍ଷାଗତ ଯୋଗ୍ୟତା:
ମୋଟର ଟ୍ରାନ୍ସପୋର୍ଟ ଫିଟର/ମେକାନିକ:
୧୦ ମ ପାସ୍ ହୋଇଥିବା ଦରକାର
ଅଟୋମୋବାଇଲ ୱାର୍କସପରେ ଦୁଇବର୍ଷର ଅନୁଭବ ହୋଇଥିବା ଦରକାର

ସ୍ପ୍ରେ ପେଣ୍ଟର:
ଦଶମ ପାସ୍ ହୋଇଥିବା ଦରକାର
ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ସଂସ୍ଥାରେ ଆପେଣ୍ଟ୍ରିସ କରିଥିବା ଦରକାର
ସମ୍ବନ୍ଧିତ ଟ୍ରେଡରେ ଦୁଇ ବର୍ଷର ଅନୁଭବ ରହିଥିବା ଦରକାର ।

ଦରମା ଏବଂ ଅନ୍ୟନ୍ୟା ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିବାକୁ ପରାମର୍ଶ ।

Get real time updates directly on you device, subscribe now.