fbpx

(Video) ନଟିଆର ଡୁପ୍ଲିକେଟ୍, ଅବିକଳ ସ୍ୱରରେ କରୁଛନ୍ତି ନଟିଆ କମେଡି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫିଲ୍ମ କିମ୍ବା ସିରିଏଲ ନିଜର ପ୍ରିୟ କଳାକାରଙ୍କ ଚାଲିଚଳଣୀକୁ ଆପଣାଇଥାନ୍ତି ସେମାନଙ୍କ ଫ୍ୟାନମାନେ । ଏମିତିକି ଏହି ଫ୍ୟାନ୍ ମାନେ ଅନେକ ସମୟରେ ପ୍ରିୟ କଳାକାରଙ୍କ ପରି ବେଶଭୂଷା ଗ୍ରହଣ କରିନେଇଥାନ୍ତି । କେହି ଫ୍ୟାନ୍ ନିଜ ପ୍ରିୟ କଳାକାରଙ୍କ ପରି ଆକ୍ଟିଂ କରିଥାନ୍ତି ତ’ ପୁଣି କେହି ଫ୍ୟାନ୍ ଚାଲିବା ଷ୍ଟାଇଲକୁ ମଧ୍ୟ କପିକରିଥାନ୍ତି । ଏବେ ଏହିଭଳି ଜଣେ ଫ୍ୟାନଙ୍କୁ ନେଇ ଚର୍ଚ୍ଚା ହେଉଛି । ଯିଏକି ନିଜ ପ୍ରିୟ କଳାକାରଙ୍କ ଅବିକଳ ସ୍ୱର କାଢ଼ି ଚର୍ଚ୍ଚାରେ ଆସୁଛନ୍ତି । ତେବେ ଏହି ଫ୍ୟାନଙ୍କ ପ୍ରିୟ କଳାକାର କୌଣସି ଫିଲ୍ମର ହିରୋ କିମ୍ବା ହିରୋଇନ୍ ନୁହଁନ୍ତି । ବରଂ କାର୍ଟୁନ ଜଗତର ଲୋକପ୍ରିୟ ଚରିତ୍ର ‘ନଟିଆ’ର ।

‘ନଟିଆ’ କମେଡି, ସାରା ରାଜ୍ୟ ତଥା ଦେଶରେ ପରିଚିତ ଏହି କାର୍ଟୁନକୁ କେହି ହୁଏତ ଜାଣିନଥିବ । ନଟିଆ କମେଡି ଦେଖିବାକୁ ପିଲାଠାରୁ ବୃଦ୍ଧ ସମସ୍ତେ ପସନ୍ଦ କରିଥାନ୍ତି । ଧୀରେ ଧୀରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଥିବାବେଳେ କାର୍ଟୁନର ଚରିତ୍ରମାନେ ମଧ୍ୟ ଲୋକଙ୍କ ହୃଦୟର ନିକଟତର ହୋଇପାରିଛନ୍ତି । ତେବେ ଏହି କାର୍ଟୁନର ମୁଖ୍ୟ ଚରିତ୍ର ନଟିଆର ଅନେକ ଫ୍ୟାନ୍ ରହିଛନ୍ତି । ସେହିଭଳି ଜଣେ ଫ୍ୟାନ୍ ହେଉଛନ୍ତି ଯାଜପୁର ଧର୍ମଶାଳା ବ୍ଲକ୍ ରାୟପଡ଼ା ଗାଁର ବ୍ରଜ କିଶୋର ମଲ୍ଳିକ୍ ।

ବ୍ରଜ କିଶୋର ଏକଦମ ନଟିଆ ପରି କଥା କହିବାରେ ପାରଙ୍ଗମ  । ଖାଲି ସେତିକି ନୁହେଁ ଅନ୍ୟ ଚରିତ୍ରର ମଧ୍ୟ ଅବିକଳ ନକଲ ଖୁବ୍ ସୁନ୍ଦର ଭାବରେ କରିପାରୁଛନ୍ତି । ଆଉ ତାଙ୍କର ଏହି କଳାକୁ ନେଇ ସେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପରିଚିତ ମଧ୍ୟ ହୋଇପାରିଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ ଯଦି ତାଙ୍କୁ କିଛି ସୁଯୋଗ ମିଳେ ତେବେ ସେ ନିଜର ଏହି କଳାକୁ ଅଧିକ ବିକଶିତ କରିପାରିବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.