fbpx
BSKY SKY
BSKY SKY

୬୪ ବର୍ଷରେ ୧୬୪ଥର ରକ୍ତଦାନ, ଜାଣନ୍ତୁ କିଏ ଏହି ବ୍ୟକ୍ତି

BSKY

ଭୁବନେଶ୍ୱର, (ଓଡ଼ିଶା ଭାସ୍କର ) : ୬୪ ବୟସରେ ୧୬୪ଥର ରକ୍ତଦାନ । ପ୍ଲେଟଲେଟ୍ ବି ୧୯ଥର ଦାନ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ, ଏଭଳି ବ୍ୟକ୍ତି  ସମାଜରେ ନିଃସ୍ୱାର୍ଥ ଭାବେ ତାଙ୍କ କର୍ମ କରି ଚାଲିଛନ୍ତି । ରକ୍ତଦାନକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟି ଯାଇଛନ୍ତି । ଓଡ଼ିଶାର ସେଞ୍ଚୁରିୟାନ ବ୍ଲଡ଼ ଡ଼ୋନର ରୂପେ ସେ ବେଶ୍ ପରିଚିତ । ‘ରକ୍ତଦାନ, ଜୀବନ ଦାନ’ର ମହାମନ୍ତ୍ରକୁ ଆପଣାଇ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ତାଙ୍କର ଭୂମିକା ଅତୁଳନୀୟ । ସେ ବ୍ୟକ୍ତିଜଣକ ହେଉଛନ୍ତି ସ୍ମାର୍ଟନଗରୀ ଭୁବନେଶ୍ୱରର ଭୀମଟାଙ୍ଗୀ ନିବାସୀ ଗୋପୀମୋହନ ପଟ୍ଟନାୟକ । ପ୍ରତିବର୍ଷ ପରି ଚଳିତବର୍ଷ ନିଜର ୩୦ତମ ବିବାହ ବାର୍ଷିକୀ ଉତ୍ସବ, ଜୁଲାଇ ୪ ତାରିଖରେ ନିଜର ବନ୍ଧୁ, ଆତ୍ମୀୟସ୍ୱଜନ ମାନଙ୍କୁ ସାମିଲ କରି ଆୟୋଜନ କରିଥିଲେ ଏକ ରକ୍ତଦାନ ଶିବିର । ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ଗଙ୍ଗନଗର କମୁ୍ୟନିଟି ହଲରେ ଏହି ଶିବିରକୁ ଆୟୋଜନ କରାଯାଇଥିଲା । ଶିବିରକୁ ଆନୁଷ୍ଠାନିକ ରୂପେ ପୂର୍ବତନ ସ୍ଥାନୀୟ କର୍ପୋରେଟର ଧୀରନ୍ଦ୍ର ନାଥ ବେହେରା ଉଦ୍ଘାଟନ କରିଥିଲେ ।

ମହାମାରୀ କରୋନା ପାଇଁ ନା ଥିଲା ଭୋଜିଭାତ ନା ଥିଲା କେକ୍ କଟାର ପର୍ବ । ଏହି ଅବସରରେ ଗୋପୀମୋହନ ନିଜର ସାଙ୍ଗ, ସାଥୀ, ଆତ୍ମୀୟସ୍ୱଜନ ଓ ଧର୍ମପତ୍ନୀ ଆଶାଲତାଙ୍କୁ ନେଇ ୧୬୪ଥର ରକ୍ତଦାନକୁ ପୂରଣ କରିଥିଲେ । ୟୁନିଟ୍-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରର ନିଦେ୍ର୍ଦଶକ ଡା. ଦେବାଶିଷ ମିଶ୍ର, ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ, ସାମାଜିକ କର୍ମୀ କୈଳାସ ଚନ୍ଦ୍ର ପାତ୍ର, ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଈଶ୍ୱରଙ୍କ ନିକଟରେ ଗୋପୀମୋହନଙ୍କ ଦୀର୍ଘାୟୁ କାମନା କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ ୨୦୦୪ ମସିହାରୁ ଗୋପୀମୋହନ ରାଜ୍ୟର ସର୍ବପ୍ରଥମ ପାରିବାରିକ ରକ୍ତଦାନ ଶିବିର ଆରମ୍ଭ କରିଥିଲେ । ଏହା ସହିତ ୨୫୦୦ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିସାରିଲେଣି । ଶିବିରରେ ଗୋପୀମୋହନଙ୍କ ବନ୍ଧୁ ମାନସ ରଞ୍ଜନ ପଟ୍ଟନାୟକ, ପି୍ରତିଶ ମିଶ୍ର, ସ୍ମୃତି ରଞ୍ଜନ ମହାପାତ୍ର, ବିଭୂତି ମହାପାତ୍ର, ନିଳୟମ ଷଡ଼ଙ୍ଗୀ, ଆଦିତ୍ୟ ନାରାୟଣ ରାଉତ, ଭବାନୀ ପ୍ରସାଦ ନନ୍ଦ, ଦୂତି ସୁନ୍ଦର ରାଉତ ପ୍ରମୁଖ ରକ୍ତଦାନ କରି ନିଜର ସାମାଜିକ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିଥିବାର ଜଣାପଡ଼ିଛି । ଶିବିରରୁ ସର୍ବମୋଟ ୧୨ ୟୁନିଟ୍ ରକ୍ତ ସଂଗୃହିତ କରାଯାଇଥିଲା ।

Get real time updates directly on you device, subscribe now.