fbpx

ମିଥାଲି ରାଜଙ୍କ ବିଶ୍ୱ ରେକର୍ଡ

ଓର୍ସେଷ୍ଟର: ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିଥାଲି ରାଜ ଆଉ ଏକ ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ମିଥାଲି ୩ଟି ଯାକ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳିର ମାନ୍ୟତା ପାଇଛନ୍ତି । ଅନ୍ତିମ ଦିନିକିଆରେ ଭାରତୀୟ ଦଳ ୨୨୦ ରନ ଲକ୍ଷ୍ୟର ପିଛା କରୁଥିବା ବେଳେ ମିଥାଲିଙ୍କ ଇନିଂସ ବଳରେ ଦଳ ମାତ୍ର ୬ ୱିକେଟ ହରାଇ ବିଜୟ ହାସଲ କରିଥିଲା ।

ମିଥାଲି ଅପରାଜିତ ୭୫ ରନ୍ କରି ବିଜୟରେ ମୁଖ୍ୟ ବିନ୍ଧାଣୀ ସାଜିଥିଲେ । ରନର ପିଛା କରୁଥିବା ବେଳେ ୨୩ ତମ ଓଭରରେ ନାଟାଲି ସ୍କିଭରଙ୍କୁ ଚୌକା ମାରି ମିଥାଲି ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ମିଥାଲି ୨୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ୧୦ ହଜାର ୨୭୩ ରନ୍ ସଂଗ୍ରହ କରି ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡସଙ୍କୁ ପଛରେ ପକାଇଛନ୍ତି । ଅନ୍ତିମ ଦିନିକିଆ ଜିତିଥିଲେ ହେଁ ଭାରତୀୟ ଦଳ ଦିନିକିଆ ସିରିଜକୁ ୨-୧ରେ ହାରି ଯାଇଥିଲେ ।

Get real time updates directly on you device, subscribe now.