fbpx
BJD SKY
BJD SKY

ଜାଣନ୍ତୁ କାହିଁକି ୪୦ ବର୍ଷ ପରେ ବଢିଥାଏ ମହିଳାଙ୍କ ଓଜନ

BJD

ନୂଆଦିଲ୍ଲୀ: ଶରୀରର ଓଜନ ବଢିବା ଏକ ସାମାନ୍ୟ କଥା । ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି । ଜୀବନଶୈଳୀ, ଖାଦ୍ୟାଭ୍ୟାସ ଆଦି ଓଜନ ବୃଦ୍ଧିର ମୁଖ୍ୟ କାରଣ । ଓଜନ ବୃଦ୍ଧିର ଅନ୍ୟ କାରଣ ମଧ୍ୟ ରହିଛି । କିଛି ସ୍ୱାସ୍ଥ୍ୟ ସମସ୍ୟା ଏବଂ ବୟସ କାରଣରୁ ମଧ୍ୟ ଓଜନ ବୃଦ୍ଧି ପାଇଥାଏ । କାରଣ ଜାଣିଲେ ଓଜନ କମ କରିବା ସହଜ ହୋଇଥାଏ ।୪୦ ବର୍ଷ ବୟସ ପରେ ମହିଳାଙ୍କ ଓଜନ ବୃଦ୍ଧି ସାଧାରଣ କଥା । ଯଦି ଆପଣ ବି ସେହି ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଏହା ପଛରେ କିଛି ସମ୍ଭାବ୍ୟ କାରଣ ଥାଇପାରେ । କିନ୍ତୁ ଏହା ସମସ୍ତଙ୍କ ଉପରେ ଲାଗୁ ହୋଇନପାରେ ।

ଯେଉଁମାନେ ଡାଏଟିଂ କରନ୍ତି ସାଧାରଣତଃ ସେମାନେ ଚିନି ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି । କିନ୍ତୁ ଚିନି ସେବନ କରିବା ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ ନୁହେଁ । ଅଧିକ ଚିନି ସେବନ ହାନିକାରକ ହୋଇଥାଏ । ୪୦ ବର୍ଷ ବୟସ ପରେ ଅଧିକ ମାତ୍ରାରେ ଚିନି ସେବନ କଲେ ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ । କାରଣ ଶରୀରର କୋଷ ଇନ୍ସୁଲିନ ପ୍ରତିରୋଧି ହୋଇଯାଏ । ୪୦ ବର୍ଷ ବୟସ ପରେ ଟାଇପ୍-୨ ଡାଏବେଟିସ୍ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ଏଞ୍ଜାଇମ ଶରୀରରେ ଭିନ୍ନ ଭିନ୍ନ କାମ କରିଥାଏ । ସେଥିରୁ ଗୋଟିଏ ଓଜନ ବଢାଇବା ଓ କମାଇବା କାମ କରିଥାଏ । ପ୍ରୋଜେଷ୍ଟନ ଲେଭଲ ଓଜନ ବୃଦ୍ଧି କରିଥାଏ । କାରଣ ଏଥିଯୋଗୁଁ ଶରୀରରେ ବ୍ଳୋଟିଙ୍ଗ ଓ ପାଣି ଜମା ହୋଇଯାଏ । ଯାହାଫଳରେ ଶରୀର ଭାରି ଭାରି ଜଣାପଡେ । ଏ ସମ୍ବନ୍ଧରେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ବୟସ ବଢିବା ସହ ଦାୟିତ୍ୱ ମଧ୍ୟ ବଢିଥାଏ । ଦାୟିତ୍ୱ ସହ ଚିନ୍ତା, କାମ ଚାପ, ଘର-ସଂସାର ଚିନ୍ତା ଓ ଜୀବନ ସହ ଜଡିତ ଅନେକ ଚିନ୍ତା ଦେଇ ମଣିଷ ଗତି କରିଥାଏ । ଏହି ଚିନ୍ତାର ମୂଲ୍ୟ ଶରୀରକୁ ଭୋଗିବାକୁ ପଡିଥାଏ । ଏହିସବୁକୁ ତୁଲାଇବାକୁ ଏକ ତନ୍ତ୍ର ରହିଛି । ଯାହାର ଫଳସ୍ୱରୂପ ଓଜନ ବୃଦ୍ଧି ପାଇଥାଏ । ଅଧିକ ଓ କମ ଖାଇବା ଉଭୟ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ୪୦ ବର୍ଷ ବୟସ ପରେ ମହିଳାଙ୍କ ସ୍ୱଭାବରେ ଅନେକ ପରିବର୍ତ୍ତନ ହୋଇଥାଏ । ମହିଳାମାନେ ହର୍ମୋନ ସମ୍ବନ୍ଧୀୟ ସମସ୍ୟା ଦେଇ ମଧ୍ୟ ଗତି କରିଥାନ୍ତି ।

ବିଶେଷକରି ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା ସାମ୍ନା କରିବାକୁ ପଡିଥାଏ । ଏହାର ଫଳସ୍ୱରୂପ ମହିଳାଙ୍କୁ ଅଧିକ ଭୋକ ହେଇଥାଏ । କମ୍ ଖାଦ୍ୟ ଗ୍ରହଣ କରୁଥିବା ମହିଳାଙ୍କ ପାଇଁ ଏହି ସ୍ଥିତି ଠିକ କିନ୍ତୁ ଅଧିକ ଖାଦ୍ୟ ଗ୍ରହଣ କରୁଥିବା ମହିଳାଙ୍କ ଭୋକ ବଢ଼ିବାରୁ ସେମାନେ ଖାଦ୍ୟ ଗ୍ରହଣ କରିଥାନ୍ତି । ଯାହାଫଳରେ ଓଜନ ବୃଦ୍ଧି ହୋଇଥାଏ ।ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ କେବଳ ମହିଳାଙ୍କର ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ସେଥିପାଇଁ ୪୦ ବର୍ଷ ବୟସ ପରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ । ନିଜର ଖାଦ୍ୟ ଗ୍ରହଣ ସମୟ ସାରଣୀ ପ୍ରସ୍ତୁତ କରନ୍ତି ଏବଂ ତାକୁ ପାଳନ ମଧ୍ୟ କରନ୍ତୁ ।

Get real time updates directly on you device, subscribe now.