fbpx
BJD SKY
BJD SKY

ଶ୍ରୀଜୀଉଙ୍କ ଚକାବିଜେ ନୀତି ଅନୁଷ୍ଠିିତ; ସେବାୟତଙ୍କ ଆରଟିପିସିଆର ବାଧ୍ୟତାମୂଳକ

BJD

ପୁରୀ: ଘୋଷଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ । ସେପଟେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ନିୟମିତ ଭାବରେ ଛତିଶାନିଯୋଗ ବୈଠକ କରାଯାଉଛି । ସେପଟେ ଗତକାଲି ଛତିଶା ନିଯୋଗ ବୈଠକରେ ରଥଯାତ୍ରାର ସମ୍ଭାବ୍ୟ ନୀତି ନିର୍ଘଣ୍ଟକୁ ମୋହର ଲାଗିବା ପରେ ଏବେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋର୍ ଧରିଛି । ନିଷ୍ପତ୍ତି ପରେ ସେବାୟତଙ୍କ ପାଇଁ ଏସଓପି ଜାରି କରାଯିବା ସହ ଏବେ ସେବାୟତଙ୍କର ଆରଟିପିସିଆର୍ ଟେଷ୍ଟ ପାଇଁ ପ୍ରସ୍ତୁତି ଚାଲିଛି ।

ଅନ୍ୟପଟେ ଆଜି ଦଶମୀ ତିଥିରେ ଶ୍ରୀଜୀଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବା ସହ ଶ୍ରୀଜୀଉଙ୍କ ଲାଗି ରାଜବୈଦ୍ୟଙ୍କ ଘରେ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ଗାରଦକୁ ଦିଆଯାଇଛି । ସ୍ନାନଯାତ୍ରା ଦିନ ଅତ୍ୟଧିକ ସ୍ନାନ କରିବାଯୋଗୁଁ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡିତ ହୋଇ ଅଣସର ଘରେ ରହିଛନ୍ତି । ଜ୍ୱରରୁ ସୁସ୍ଥ ହେବା ପାଇଁ ପଞ୍ଚମୀ ତିଥିରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କୁ ଫୁଲୁରିତେଲ ମାଲିସ କରିବା ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ଦଇତାପତି ସେବକମାନେ ଶ୍ରୀଜୀଉଙ୍କୁ ଚକାବିଜେ କରାଇବା ପରେ ଶ୍ରୀଜୀଉ ଆଉଟିକେ ସୁସ୍ଥ ଅନୁଭବ କରିଛନ୍ତି ।

ସେପଟେ ରାଜବୈଦ୍ୟମାନେ ଦଶପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଅତ୍ୟନ୍ତ ସୁଦ୍ଧପୂତ ଭାବେ ଏହି ଔଷଦକୁ ଶ୍ରୀବୈଦ୍ୟ ମାନେ ପ୍ରସ୍ତୁତ କରି ଆଜି ଶ୍ରୀମନ୍ଦିରକୁ ହସ୍ତାନ୍ତର କରିଛନ୍ତି । ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ବେଳାଛେଲି, ଲବଙ୍ଗ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଆଜି ଶ୍ରୀମନ୍ଦିର ଗାରଦରେ ପ୍ରଦାନ କରାଯାଇଛି । ଆସନ୍ତା କାଲି ମହାପ୍ରଭୁ ଦଶମୂଳ ମୋଦକ ଖାଇବାପରେ ସମ୍ପୂର୍ଣ ସୁସ୍ଥ ହେବାର ପରମ୍ପରା ରହିଛି । ଅପରପକ୍ଷରେ ଛାତ ଉପରୁ ରଥଯାତ୍ରା ଦେଖିବା ଅନୁମତି ପ୍ରତ୍ୟାହାର ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Get real time updates directly on you device, subscribe now.