fbpx

(Video) ରାତି ୨ଟାରେ ଦେହସୁଖ ପାଇଁ ଆସି ଧରା ପଡ଼ିବା ଭୟରେ ଭାଡ଼ି ଭିତରେ ପଶିଯାଇଥିଲା ଯୁବକ, ହେଲେ ତା’ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ମଣିଷ ଅଧିକ ମାତ୍ରାରେ ଡିଜିଟାଲ ମୁହାଁ ହେବା ଫଳରେ ପିଲାଙ୍କ ଠାରୁ ଆରମ୍ଭ ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ମାର୍ଟଫୋନରେ ଘଣ୍ଟା ଘଣ୍ଟା ବ୍ୟସ୍ତ ରହୁଛନ୍ତି । ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁବକ, ଯୁବତୀମୀମାନେ ପ୍ରେମାଳପରେ ମାତୁଛନ୍ତି । କିଛି ବିବାହିତ ପୁରୁଷ ଓ ମହିଳା ମାନେ ପରକୀୟା ପ୍ରୀତିରେ ପଡ଼ି ନିଜର ପରିବାରକୁ ବର୍ବାଦ କରୁଛନ୍ତି ।

ପରକୀୟା ପ୍ରୀତି କାରଣରୁ ଅନେକ ସମୟରେ କିଛି ପୁରୁଷ, ମହିଳା ଆତ୍ମହତ୍ୟା କରୁଥିବା ବେଳେ ଅନେକ ସମୟରେ ହତ୍ୟା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଏଥିସହିତ ଅନେକ ସମୟରେ କିଛି ପୁରୁଷ, ମହିଳା କାମନାରେ ଅନ୍ଧ ହୋଇ ନିଜର ସୀମା ଟପିଯାଇଥାନ୍ତି । ନିକଟରେ ଏପରି ଏକ ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଜଣେ ଯୁବକ ନିଜର କାମନା ବାସ୍ନାକୁ ମେଣ୍ଟାଇବା ପାଇଁ ଜଣେ ମହିଳାଙ୍କ ଘରେ ପଶିଥିଲେ ।

ମାତ୍ର ଧରାପଡ଼ିଯିବା ଭୟରେ ଉକ୍ତ ଯୁବକ ଜଣଙ୍କ ଭାଡ଼ି ଭିତରେ ଲୁଚି ଯାଇଥିଲେ । ଅଧା ରାତିରେ ଭାଡ଼ି ଭିତରେ ଯୁବକଙ୍କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ଘଟଣା ଜାଣିବା ପରେ ଲୋକଙ୍କର ଭିଡ଼ ଜମିଥିଲା । ଶାରୀରିକ ସୁଖ ଆଶାରେ ଯୁବକ ଜଣଙ୍କ ଆସିଥିବା ବେଳେ ପଡ଼ିଶା ଘରର ଲୋକମାନେ ତାଙ୍କୁ ଦେଖି ଦେଇଥିଲେ । ଫଳରେ ତାଙ୍କର ସବୁ ଚାଲ୍ ଫେଲ ମାରିଯାଇଥିଲା । ଭଦ୍ରକ ଜିଲ୍ଲାର କୋଡ଼ବରୁଆଁ ପଞ୍ଚାୟତର କୋଡ଼ଗମ୍ଭୀର ଆଦିବାସୀ ପଡ଼ାରେ ଦେଖିବାକୁ ମିଳିଥିଲା ଏପରି ଏକ ଘଟଣା । ସ୍ୱାମୀ ଘରେ ନଥିବା ବେଳେ ନିଜର ଛୁଆଙ୍କୁ ଶୁଆଇ ଦେଇ ମହିଳା ଜଣଙ୍କ ଯୁବକଙ୍କୁ ଡାକିଥିଲେ । ମାତ୍ର ସେମାନେ ଧରାପଡ଼ିଯିବେ ବୋଲି କେବେ ବି ଭାବିନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.