fbpx

ଏୟାରପୋର୍ଟରେ ବ୍ୟାଗ ସହିତ ‘ସ୍କ୍ରିନଙ୍ଗ ମେସିନ’ରେ ପଶିଗଲେ ଯୁବକ: ଆଉ ତାପରେ…

ନୂଆଦିଲ୍ଲୀ: ଏୟାରପୋର୍ଟ କିମ୍ବା ମେଟ୍ରୋ ଷ୍ଟେସନ ଆଦିରେ ଚେକିଙ୍ଗ ପାଇଁ ରଖାଯାଇଥିବା ‘ଲଗେଜ ସ୍କ୍ରିନିଙ୍ଗ ମେସିନ’ ଆପଣ ନିଶ୍ଚୟ ଦେଖିଥିବେ । ଏହାଦ୍ୱାରା ଯାତ୍ରୀମାନଙ୍କ ବ୍ୟାଗ/ସୁଟକେସ ଆଦି ଭିତରେ ରହିଥିବା ଜିନିଷ ପତ୍ରକୁ ଯାଞ୍ଚ କରିଥାଏ । କିନ୍ତୁ ଏହି ମେସିନ ସହିତ କିଛି ଏମିତି କଲେ ଯାହା ଦେକି ସମସ୍ତଙ୍କ ହୋସ ଉଡିଯିବ ।

ଏୟାରପୋର୍ଟରେ ଲାଗିଥିବା ସିସିଟିଭିରେ ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ରେକର୍ଡ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତି କିଛି ଅଜବ ଏବଂ ମଜାଦାର କାରନାମା କରୁଥିବା ଦେଖିବାକୁ ମିଳିଛି । ଚେକିଙ୍ଗ ପାଇଁ ଲାଗିଥିବା ସ୍କ୍ରିନିଙ୍ଗ ମେସିନରେ ନିଜ ଜିନିଷ ଏବଂ ବ୍ୟାଗ ସହିତ ଜଣେ ବ୍ୟକ୍ତି ପଶିଯାଇଥିଲେ । ଗୋଟିଏ ପଟରେ ପଶିବା ପରେ ନିଜ ଜିନିଷ ସହ ଅନ୍ୟ ପଟେ ବାହାରିଥିଲେ ଏହି ବ୍ୟକ୍ତି । ଏହାକୁ ଦେଖି ସିକ୍ୟୁରିଟି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ଭିଡିଓ ଦେଖି ଏହା ଜଣାଯାଉଛି ଯେ, ସେ ବୋଧହୁଏ ଜାଣି ନାହାନ୍ତି କି ଏହି ମେସିନରେ କେବଳ ଜିନିଷ ଏବଂ ବ୍ୟାଗ ଚେକିଙ୍ଗ କରାଯାଏ । ସେପଟେ ସେ ଅନ୍ୟମାନଙ୍କ ସହ ପ୍ରାଙ୍କ କରୁଥିବା ମଧ୍ୟ ଅନୁମାନ କରାଯାଉଛି । ସେ ଯାହା ବି ହେଉ ଏହି ଭିଡିଓ ସମସ୍ତଙ୍କ ମନୋରଞ୍ଜନ ପାଇଁ ଏକ ଖୁରାକ ଯୋଗାଉଛି ।

ନାମକ ଜଣେ ଟ୍ୱିଟର ୟୁଜର ଏହି ଘଟରାର ଭିଡିଓ ସୋସିଆଲ ମିଡିଅରେ ଅପଲୋଡ କରିଛନ୍ତି । ପୋଷ୍ଟ ହେବା କ୍ଷଣି ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ପାଲଟିଛି । ଏପର୍ଯ୍ୟନ୍ତ ଭିଡିଓଟିକୁ ୭ ମିଲିୟନରୁ ଅଧିକ ଲୋକ ଦେଖି ସାରିତିବା ବେଳେ ୨ ଲକ୍ଷରୁ ଅଧିନ ଲୋକ ଏହାକୁ ଲାଇକ କରିଛନ୍ତି । କେବଳ ସେତିକି ନୁହେଁ ଏହି ଭିଡିଓକୁ ଦେଖି ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ମିଳୁଛି ।

Get real time updates directly on you device, subscribe now.