fbpx

ଲଳିତ ମୋଦୀଙ୍କୁ ଡେଟ୍ କରୁଛନ୍ତି ମିସ୍ ୟୁନିଭର୍ସ, ଲେଖିଲେ ଏମିତି ରୋମାଣ୍ଟିକ୍ ପୋଷ୍ଟ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁଷ୍ମିତା ସେନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ସେ ବ୍ୟବସାୟୀ ତଥା ଆଇପିଏଲର ପୂର୍ବ କମିଶନର ଲଳିତ ମାଦୀଙ୍କୁ ଡେଟ୍ କରୁଛନ୍ତି । ଏହାର ସୂଚନା ଲଳିତ ମୋଦୀ ନିଜେ ସୋସିଆଲ ମିଡିଆ ପୋଷ୍ଟ ଦ୍ୱାରା ଫାନ୍ସଙ୍କୁ ଦେଇଛନ୍ତି । ସେ ସୁସ୍ମିତାଙ୍କୁ ଡେଟ୍ କରୁଥିବା ନେଇ ସ୍ପଷ୍ଟ ଭାବରେ କହିଛନ୍ତି ।

ଟ୍ୱିଟରରେ ଲଲିତ ମୋଦୀ ପୂର୍ବତନ ମିସ୍ ୟୁନିଭର୍ସ ସହ ଥିବା ସମୟର ଫଟୋ ସେୟାର କରିବା ସହ ଏକ ରେମାଣ୍ଟିକ୍ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।  ଏହା ସହ ନିଜ ସମ୍ପର୍କକୁ ନେଇ ନିଶ୍ଚିତ କରିଛନ୍ତି ।

ଏହା ପୂର୍ବରୁ ଲଳିତ ମୋଦୀ ସୁଷ୍ମିତା ସେନଙ୍କ ସହ କିଛି ପୁରୁଣା ଫଟୋ ଶେୟାର କରିଥିଲେ ଯାହାପରେ ଅନୁମାନ କରାଯାଉଥିଲା ଯେ ଉଭୟ ବିବାହ କରିଛନ୍ତି ।

 

ସୂଚନାଯୋଗ୍ୟ, ଲଳିତ ମୋଦୀ ଆଇପିଏଲର ପ୍ରଥମ ଚେୟାରମ୍ୟାନ ଏବଂ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ସେ ଆଇପିଏଲର କମିଶନର ପଦରେ ରହିଥିଲେ । ଏହା ସହ ଚାମ୍ପିୟନ୍ସ ଲିଗ୍ ଟି୨୦ ର ଚେୟାରମ୍ୟାନ୍ ଭାବରେ ମଧ୍ୟ ସେ ରହିଥିଳେ । ଲଳିତ ମୋଦୀ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ବିସିସିଆଇର ଉପାଧ୍ୟକ୍ଷ ରହିଥିଲେ । ସେ ରାଜସ୍ଥାନ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିଛନ୍ତି ।

ସେହିପରି ସୁଷ୍ମିତା ସେନ ଗତ ବର୍ଷ ପର୍ଯ୍ୟନ୍ତ ମଡେଲ ତଥା ଆକ୍ଟର ରୋହମ ଶଲଙ୍କୁ ଡେଟ୍ କରୁଥିଲେ । ଯେତେବେଳେ ମିଡିଆରେ ଦୁଇଜଣକର ବ୍ରେକଅପ୍ ଖବର ଆସିଥିଲା ସେତେବେଳେ ସୋସିଆଲ ମିଡିଆ ପୋଷ୍ଟ ଦ୍ୱାରା କହିଥିଲେ ଉଭୟ ଅଲଗା ହୋଇସାରିଛନ୍ତି ।

Get real time updates directly on you device, subscribe now.