fbpx
BSKY
BJD MC SKY
BJD MS SKY

ରାଜଧାନୀରେ ସଂକ୍ରମଣ ରୋକିବାକୁ ପ୍ରୟାସ: ସଚେତନ କରାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର: ସାରା ରାଜ୍ୟରେ ପୁଣି କାୟା ବିସ୍ତାର କରୁଛି କରୋନା ମହାମାରୀ । ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ କଟକଣା ଆଣିବା ପାଇଁ ଆଲୋଚନା କରୁଛନ୍ତି । ସେପଟେ ମାସ୍କକୁ ମଧ୍ୟ ପୁଣି ତରେ ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ କରୋନା ସଂକ୍ରମଣ ଅଧିକ ରହୁତିବାରୁ ଏହାକୁ ରୋକିବାକୁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ ।

ରାଜଧାନୀରେ ସଂକ୍ରମଣ ଦିନକୁ ଦିନ ବଢିବାକୁ ଆରମ୍ଭ କରିଛି । ସେଥିପାଇଁ ପ୍ରଶାସନ ପୁଣି ଥରେ ଏହା ବିରୋଧରେ ଅଣ୍ଟା ଭିଡିଛି । ଆଜି ରାଜଧାନୀ ମାର୍କେଟରେ ପୁଣିଥରେ ପୋଲିସ ତରଫରୁ ସଚେତନତା କରାଉଥିବାର ଦେଖାଯାଇଛି । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଏବଂ ବାରମ୍ବାର ହାତ ଧୋଇବା ଭଳି ଅନ୍ୟାନ୍ୟ ସଚେତନତାକୁ ନେଇ ସଜାଗ କରିଛି କମିଶନରେଟ ପୋଲିସ ।

ଡାକବାଜି ଯନ୍ତ୍ର ଦ୍ୱାରା ସାଧାରଣ ଲୋକଙ୍କୁ ସଜାଗ ରହିବା ସହ ସଂକ୍ରମଣ ରୋକିବାରେ ସାହାଯ୍ୟ କରିବା ପାଇଁ ପୋଲିସ କର୍ମଚାରୀ ପରାମର୍ଶ ଦେଇଛନ୍ତି । ଆଜି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ମାର୍କେଟ ଅଞ୍ଚଳରେ ପିସିଆର ଭ୍ୟାନ ବୁଲି ଏହି କୋଭିଡ ସଚେତନତା ଜାରି କରିଛି ।

Get real time updates directly on you device, subscribe now.