fbpx

‘ନିଜ ସ୍ତ୍ରୀକୁ କୁହ ଠିକ ଭାବେ କପଡା ପିନ୍ଧୁ, ନହେଲେ..’, ନିଜ ଧମକ ପାଇଁ ଫସିଗଲେ ଯୁବକ

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ କପଡା ଭଲ ଭାବେ ନ ପିନ୍ଧିବାକୁ ନେଇ ଏସିଡ ଆଟାକର ଧମକ ଦେଇଥିବା ଯୁବକଙ୍କୁ ତାଙ୍କ ଚାକିରିରୁ ବାହାର କରାଯାଇଛି। Etios ସର୍ଭିସେଜରେ କାମ କରୁଥିବା ବିକିତ ଶେଟ୍ଟୀଙ୍କୁ କମ୍ପାନୀରୁ ବରଖାସ୍ତ କରାଯାଇଛି। ଯୁବତୀଙ୍କ ସ୍ୱାମୀ ଏବଂ ସମ୍ବାଦିକ, ଶାହବାଜ ଅଂସାରୀ ଯୁବକଙ୍କ ଧମକପୂର୍ଣ୍ଣ ମେସେଜର ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି , ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନିଜ ସ୍ତ୍ରୀକୁ ଭଲଭାବେ କପଡା ପରିଧାନ କରିବାକୁ କୁହ, ଖାସ କରି କର୍ଣ୍ଣାଟକରେ, ନଚେତ ତାଙ୍କ ମୁହଁରେ ଏସିଡ ପକାଯିବ। ନିକିତ ସେଟ୍ଟୀଙ୍କ ଧମକପୂର୍ଣ୍ଣ ମେସେଜ। ଯୁବତୀଙ୍କ ସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ଡିଜିପି ଏବଂ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଟ୍ୟାଗ କରି ଏହି ସ୍କ୍ରିନସର୍ଟ ଏକ୍ସରେ ସେୟାର କରିଥିଲେ ଏବଂ ଯୁବକଙ୍କ ବିରୋଧରେ ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଥିଲା।

ଏହାପରେ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କହିଥିଲା ଯେ, ଆମର ଜଣେ କର୍ମଚାରୀ ମହିଳାଙ୍କ କପଡା ପିନ୍ଧିବାର ଅଧିକାରରେ ହସ୍ତକ୍ଷେପ କରି ଧମକପୂର୍ଣ୍ଣ ଚିଠି ଦେଇଛନ୍ତି। ଆମେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରୁଛୁ। ଏହି ବ୍ୟବହାର ସଂପୂର୍ଣ୍ଣ ଭାବେ ଅସ୍ୱୀକାର୍ଯ୍ୟ ଏବଂ Etios ସର୍ଭିସେଜର ମୂଲ୍ୟ ବିରୋଧ ଅଟେ।

Get real time updates directly on you device, subscribe now.