Breaking: ଛିଡିଲାନି ମାଛ ଭାଗ ବଣ୍ଟା, ଯୁବତୀଙ୍କୁ ଟାଙ୍ଗିଆରେ ହାଣି ମାରିଦେଲେ ବ୍ୟକ୍ତି
ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ। ସାମାନ୍ୟ ମାଛ ଭାଗ ବଣ୍ଟାକୁ ନେଇ ହତ୍ୟା। ଟାଙ୍ଗିଆରେ ହାଣି ଯୁବତୀଙ୍କୁ ମାରିଦେଲେ ବ୍ୟକ୍ତି।
ମାଥିଲି: ସାମାନ୍ୟ ମାଛ ପାଇଁ ହତ୍ୟାକାଣ୍ଡ। ଟାଙ୍ଗିଆରେ ହାଣି ଯୁବତୀଙ୍କୁ ମାରିଦେଲେ ବ୍ୟକ୍ତି। ଦୁହିଁଙ୍କ ମଧ୍ୟରେ ମାଛ ଭାଗବଣ୍ଟାକୁ ନେଇ ଭାଗ ଛିଡି ନଥିଲା। ଆଉ ଶେଷରେ ରାଗରେ ଯୁବତୀଙ୍କୁ ଟାଙ୍ଗିଆରେ ହାଣିଦେଲେ ଅଭିଯୁକ୍ତ।
ହଁ ଆଜି ସକାଳୁ ସକାଳୁ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ମାଥିଲି ଥାନା ମହୁପଦର ଗାଁରେ। ଉକ୍ତ ଗାଁର ଜଣେ ଯୁବତୀ ଓ ଆଉ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ମାଛ ଭାଗବଣ୍ଟା ହେଉଥିଲା। କାହା ପାଖାକୁ ଅଧିକ ତ ଆଉ କାହା ପାଖାକୁ ଟିକେ କମ୍ ଯାଇଥିଲା।
ହେଲେ ଏଥିରେ ଦୁହେଁ ରାଜି ନଥିଲେ। କହିବାକୁ ଗଲେ ଦୁହିଁଙ୍କ ମଧ୍ୟରେ ମାଛ ଭାଗବଣ୍ଟା ଛିଡିନଥିଲା। ତେଣୁ ବ୍ୟକ୍ତି ଜଣଙ୍କ ଏହି ସାମାନ୍ୟ କଥାରୁ ଉତକ୍ଷୀପ୍ତ ହୋଇ ପଡିଥିଲେ। ଏବଂ ପାଖରେ ଥିବା ଏକ ଟାଙ୍ଗିଆରେ ଯୁବତୀଙ୍କୁ ହାଣି ମାରିଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଚଳାଇଛି।