52 ବର୍ଷ ଯାଏଁ ପେଟରେ ଥିଲା ଟୁଥବ୍ରସ୍, 12 ବର୍ଷ ବୟସରେ ଗିଳିଥିଲେ
12 ବର୍ଷ ବୟସରେ ଗିଳିଥିଲେ ଟୁଥବ୍ରଶ୍, 64 ବର୍ଷ ବୟସରେ ବାହାରିଲା
ଓଡିଶା ଭାସ୍କର: ପ୍ରାୟ 52 ବର୍ଷ ପରେ ଜଣେ 64 ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ବାହାରିଲା 17 ସେମିର ଟୁଥବ୍ରସ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ଶ୍ରୀ ୟାଙ୍ଗ ନାମକ ଜଣେ ବ୍ୟକ୍ତି ପେଟରେ ସାମାନ୍ୟ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ତା ପରେ ଯାହା ହେଲା ତାକୁ ଦେଖି ଡାକ୍ତର ସମେତ ଅନ୍ୟସବୁ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।
ସ୍କାନ ପରେ ଡାକ୍ତରମାନେ ତାଙ୍କ ପେଟ ଭିତରେ ଏକ ବିଦେଶୀ ବସ୍ତୁ ଥିବା ଦେଖି ତାଙ୍କୁ କହିଲେ। ତା ପରେ ୟାଙ୍ଗ ମନେ ପକାଇଲେ ଯେ ସେ 12 ବର୍ଷ ବୟସରେ ଭୁଲବଶତଃ ଟୁଥବ୍ରସକୁ ଗିଳି ଦେଇଥିଲେ କିନ୍ତୁ ତାଙ୍କ ପିତାମାତାଙ୍କୁ ସେ ଭୟରେ କହିନଥିଲେ।
ସେ ଭାବିଥିଲେ ଏହା ସମୟ ସହିତ “ଦ୍ରବୀଭୂତ” ହୋଇଯିବ ଏବଂ କେବେବି କୌଣସି ବଡ଼ ଅସୁବିଧାରେ ପକାଇବ ନାହିଁ।
ଏହା ଶୁଣି ଡାକ୍ତରମାନେ ଏକ ମିନିମଲି ଇନଭେସିଭ୍ ଏଣ୍ଡୋସ୍କୋପିକ୍ ଅସ୍ତ୍ରୋପଚାର କରିଥିଲେ, ଯାହା ଦଶନ୍ଧି ଧରି ଅନ୍ତନଳୀରେ ଲାଗି ରହିଥିବା ଟୁଥବ୍ରଶକୁ ବାହାର କରିବାକୁ 80 ମିନିଟ୍ ସମୟ ନେଇଥିଲା।