fbpx

(Video) ଝିଅମାନଙ୍କୁ ଆଗ-ପଛରେ ବସାଇ ଷ୍ଟଣ୍ଟ ଦେଖାଉଥିଲା ଯୁବକ: ଆକ୍ସନ ମୋଡରେ ପୋଲିସ

ମୁମ୍ବାଇ: ମୁମ୍ବାଇର ରାସ୍ତାରେ ୨ ଯୁବତୀଙ୍କୁ ଆଗରେ ପଛରେ ବସାଇ ଗୋଟିଏ ବାଇକରେ ଷ୍ଟଣ୍ଟ କରୁଥିବା ଯୁବକର ଭିଡିଓ ଭାଇରାଲ ହୋଇଛି । ଭିଡିଓ ଦେଖିବା ପରେ ମୁମ୍ବାଇ ପୋଲିସ ଏହି ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି କ୍ଲିପ୍ରେ ଜଣେ ଯୁବକ ବାଇକ ଆଗ ଟାଙ୍କିରେ ଜଣେ ଯୁବତୀଙ୍କୁ ବସାଇଥିବା ବେଳେ ତାଙ୍କ ପଛରେ ଆଉ ଜଣେ ଯୁବତୀ ବସିଥିଲେ । ଯୁବକ ଜଣକ ଉଭୟଙ୍କୁ ବସାଇ ଦ୍ରୁତ ବାଇକ୍ ଚଳାଇବା ସହ ବାଇକର ଆଗ ଚକାକୁ ଟେକି ଷ୍ଟଣ୍ଟ କରିଥିଲେ । ଯୁବକ ଜଣକ ବାଇକର ଆଗ ଚକକୁ ଉଠାଇ ଅନେକ ମିଟର ପର୍ଯ୍ୟନ୍ତ ଚଲାଇଥିଲେ ।

ସାଥିରେ ବସିଥିବା ଝିଅମାନେ ହାତ ହଲାଇବା, ହସିବା ଓ ଚିଲ୍ଲାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଭିଡିଓରେ ୩ ଜଣ ବିନା ହେଲମେଟରେ ଯାଉଥିବା ଆପଣ ମଧ୍ୟ ଦେଖିପାରୁଥିବେ । ଏହି ଘଟଣାର ଭିଡିଓ ଅ ପୋଥୋଲ୍ ୱାରିୟର୍ସ ନାମକ ଜଣେ ଉପଭୋକ୍ତା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ଏହି ତିନିଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିକଟରେ ଦାବି କରିଛନ୍ତି । ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬୦୦ ଲୋକ ମଧ୍ୟ ଏହାକୁ ଲାଇକ୍ କରିଛନ୍ତି । ଏହି ଭିଡିଓ ଦେଖିବା ପରେ ୟୁଜର୍ସଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି ।

ଭିଡିଓ ଭାଇରାଲ ହେବା ପରେ ମୁମ୍ବାଇ ଟ୍ରାଫିକ ପୋଲିସ ଏହାର ଜବାବ ଦେଇ କହିଛି, “ବି.କେ.ସି ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି । ଯଦି ଏହି ଭିଡିଓରେ ଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ଅଛି, ତେବେ ଆପଣ ଆମକୁ ସିଧାସଳଖ ଡିଏମ୍ କରିପାରିବେ । ” ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ପୋଲିସ ଆଇପିସି ଧାରା ୨୭୯ (ଦ୍ରୁତ ବେଗରେ ଡ୍ରାଇଭିଂ) ଏବଂ ୩୩୬ (ଜୀବନ ପ୍ରତି ବିପଦ ସୃଷ୍ଟି କରିବା) ତଥା ମୋଟର ଯାନ ଅଧିନିୟମ ଅନୁଯାୟୀ ଏହି ତ୍ରିକୋଣୀୟ ମାମଲା ରୁଜୁ କରିଛି ।

 

Get real time updates directly on you device, subscribe now.