fbpx

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ଛୁରି ନେଇ ମଞ୍ଚ ଉପରକୁ ଚଢ଼ିଗଲା ଯୁବକ, ଦେଖନ୍ତୁ ଭିଡ଼ିଓ

ଡେରାଡୁନ୍: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣରର ତ୍ରୁଟି ହୋଇଛି । ଏକ କାର୍ଯ୍ୟକ୍ରମ ସମୟରେ ଉଧମସିଂହ ନଗରର କାଶିପୁରରେ ଜଣେ ଅଜଣା ଯୁବକ ଛୁରି ନେଇ ରାୱତଙ୍କ ମଞ୍ଚ ଉପରେ ପହଞ୍ଚିଥିଲେ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ସାରା ଦେଶରେ ଚହଳ ପଡ଼ିଛି ।

ତେବେ ଏକ କାର୍ଯ୍ୟକ୍ରମ ସମୟରେ ହରିଶ ରାୱତ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ । ସାଧାରଣ ସଭାରେ ହରିଶ ନିଜ ଭାଷଣ ଦେଇ ମଞ୍ଚ ତଳକୁ ଆସୁଥିବା ବେଳେ ଜଣେ ଯୁବକ ହଠାତ୍ ମଞ୍ଚରେ ପହଞ୍ଚିଥିଲେ । ମଞ୍ଚରେ ଯୁବକ ଜଣକ ଜୟ ଶ୍ରୀରାମଙ୍କ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏପରି କାର୍ଯ୍ୟକଳାପକୁ କଂଗ୍ରେସ ବିରୋଧ କରିବାରୁ ଯୁବକ ଜଣକ ଛୁରି ବାହାର କରିଥିଲେ ଓ ଜୟ ଶ୍ରୀରାମ ନକହିଲେ ମାରିବାକୁ ଧମକ ଦେଇଥିଲେ । ଏହା ପରେ ମଞ୍ଚ ଉପରେ ହଙ୍ଗାମା ସୃଷ୍ଟି ହୋଇଥିଲା ।

ପରେ କଂଗ୍ରେସ କର୍ମୀମାନେ ସେହି ଯୁବକଙ୍କୁ ମଞ୍ଚ ତଳକୁ ଆଣିଥିଲେ ଓ ଛୁରିକୁ ନିଜ କବଜାକୁ ନେଇଥିଲେ । ଏଭଳି କାଣ୍ଡ ଘଟଣାଥିବା ଯୁବକଙ୍କୁ ପୋଲିସ ହେପାଜତରେ ଦେଇଥିଲେ । ଏହାରି ମଧ୍ୟରେ କଂଗ୍ରେସ ଅଭିଯୋଗ କରିଥିଲା କି, ଏହା ପ୍ରଶାସନର ବଡ଼ ତ୍ରୁଟି ।

Get real time updates directly on you device, subscribe now.