fbpx

(See Video) ସାମନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଫସିଥିବା ବେଳେ କିଛି ପୋଲିସ ଅଧିକାରୀ ଚା’ ପିଇବାରେ ବ୍ୟସ୍ତ ଥିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ ପଞ୍ଜାବରେ ୨୦ ମିନିଟ ଧରି ଫସିବା ମାମଲା ବର୍ତ୍ତମାନ ଉଗ୍ରରୂପ ନେଇଛି । ଯେଉଁ ରାଜ୍ୟରେ ଜଣେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ସେଠାରେ ସାଧାରଣ ଜନତାଙ୍କ ହାଲତ କ’ଣ ହେବ ବୋଲି ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ତେବେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣ ଏହି ମାମଲାର ଶୁଣାଣି କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଯେଉଁ ସ୍ଥାନରେ ଅଟକିଥିଲା, ଉକ୍ତ ଭାରତ-ପାକ୍ ସୀମାନ୍ତବର୍ତ୍ତୀ ସ୍ଥାନରେ ପୂର୍ବରୁ ବି ଆତଙ୍କୀ ହମଲା କରାଯାଇଥିବାରୁ ଏହା ବହୁତ ଗୁରୁତ୍ୱ ବହନ କରୁଛି ।

ତେବେ ବର୍ତ୍ତମାନ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଅଣାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଫସିଥିବା ବେଳେ ବିକ୍ଷୋଭକାରୀଙ୍କ ସହ କିଛି ପୋଲିସ ଅଧିକାରୀ ଚା’ ପିଉଥିବା ନେଇ ଅଭିଯୋଗ କରାଯାଇଛି । ତେବେ ପୋଲିସ ଅଧିକାରୀମାନେ ଚା’ ପିଉଥିବାର ଏକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଇତିମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ୩ ଜଣିଆ ପ୍ୟାନେଲ ପିରୋଜପୁରରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏହାପୂର୍ବରୁ ପଞ୍ଜାବ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିଜର ରିପୋର୍ଟ ପଠାଇ ସାରିଥିଲେ । ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବିଗିଡ଼ିବା ପରେ କେନ୍ଦ୍ରୀ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମଗାଯାଇଥିଲା ।

Get real time updates directly on you device, subscribe now.