fbpx

କୋଭିଡ୍ ପଜିଟିଭଙ୍କୁ ଦିଦିଙ୍କ ଉପହାର: ଫଳ ଝୁଡ଼ି ସହିତ ଦେଲେ ‘Get Well Soon’ ମେସେଜ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟର କୋଭିଡ୍ ରୋଗୀଙ୍କ ଉଦ୍ଦେଶ୍ୟରେ ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି । ରାଜ୍ୟରେ କୋଭିଡ୍ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରୋଗୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗେଟ୍ ୱେଲ୍ ସୁନ୍ ମେସେଜ୍ ସହିତ ଫଳ ଝୁଡ଼ି ପଠାଯାଉଛି । ଏହି ପଦକ୍ଷେପ ପ୍ରଥମେ ରାଜଧାନୀ କୋଲକାତାରୁ ଆରମ୍ଭ କରାଯାଇଛି । ଏଯାବତ୍ ପ୍ରାୟ ୧୦ହଜାର ଫଳ ଝୁଡ଼ି ପ୍ରସ୍ତୁତ କରାଯାଇଛି ।

ଅଧିକାରୀ ମାନେ ଫଲ ବାସ୍କେଟ୍ ସହିତ କୋଭିଡ୍ ରୋଗୀଙ୍କ ଘରକୁ ଘର ବୁଲି ଏହି ବାସ୍କେଟ୍ ଦେଉଛନ୍ତି । ପ୍ୟାକେଟ୍ ଗୁଡ଼ିକୁ ଘର ବାହାରେ ରଖାଯାଉଛି ଓ ଫୋନ୍ ମାଧ୍ୟମରେ ଜଣାଇବା ପରେ ସେମାନେ ଆସି ପ୍ୟାକେଜ୍ ରିସିଭ୍ କରୁଛନ୍ତି । ଯେଉଁ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି ସେହି ଠାରୁ ପ୍ରଥମେ ଏହି ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ତେଣୁ ଏହି ନିଆରା ପଦକ୍ଷେପ ସହିତ ମୁଖ୍ୟମନ୍ତ୍ରୀ ରୋଗୀଙ୍କର ମନୋବଳ ବଢ଼ାଉଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟରେ ୨ହଜାର ୭୫ ଜଣ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ପଶ୍ଚିମବଙ୍ଗରେ ୪୦୩ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଆରଟିପିସିଆର୍ କୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.