fbpx
BJD
BJD SKY
BJD SKY

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର; ୫୦% କମ୍ କଲେ ବିଦ୍ୟୁତ୍ ବିଲ୍

ଲଖନଉ: ନୂଆବର୍ଷ ଅବସରରେ ଉତ୍ତରପ୍ରଦେଶର ଚାଷୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର । ଚଳିତ ମାସରୁ ଗ୍ରାମାଞ୍ଚଳରେ ମିଟର, ଅନ୍ ମିଟର, ଏନର୍ଜି ଏଫିସିଏଣ୍ଟ ପମ୍ପ, ଓ ସହରୀ କ୍ଷେତ୍ରରେ ମିଟର ନଳକୂଅରେ ବ୍ୟବହୃତ ବିଦ୍ୟୁତ ବିଲ୍ ବର୍ତ୍ତମାନ ତୁଳନାରେ ଅଧା ହୋଇଯିବ । ଆକଳନ ଅନୁସାରେ, ବିଦ୍ୟୁତ୍ ବିଲରେ ରିହାତିର ନୂଆ ବ୍ୟବସ୍ଥା ଯୋଗୁଁ ଉତ୍ତରପ୍ରଦେଶର ପାୱାର କର୍ପୋରେସନ ଲିମିଡେଟ ଉପରେ ବାର୍ଷିକ ପ୍ରାୟ ୧୦୦୦ କୋଟି ଟଙ୍କାର ଅତିରିକ୍ତି ଆର୍ଥିକ ଭାର ପଡିବ । ଏଥିପାଇଁ ରାଜ୍ୟ ସରକାର ୟୁପିପିସିଏଲକୁ ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆ ନିଷ୍ପତ୍ତିକୁ ନେଇ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି ।

ତେବେ ସରକାରଙ୍କ ଅନୁଦାନ ମିଳିବା ପରେ ବିଦ୍ୟୁତ ଦରରେ ପରିବର୍ତ୍ତନ ହେବ । ପ୍ରସ୍ତାବିତ ନୂଆ ଦର ମୂତାବକ, ଗ୍ରାମାଞ୍ଚଳ କ୍ଷେତ୍ରରେ ମିଟର ସଂଯୋଗ ଉପରେ ଏବେ ଯେଉଁଠାରେ ୟୁନିଟକୁ ୨ ଟଙ୍କା ଦେବାକୁ ପଡୁଛି, ସେଠାରେ ମାତ୍ର ୧ ଟଙ୍କା ଦେବାକୁ ପଡିବ ।

UP NEws

ଉତ୍ତରପ୍ରଦେଶରେ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ‘ଚାଷୀଙ୍କ ବିଦ୍ୟୁତ୍ ବିଲ୍ ୫୦% ହ୍ରାସ କରିବା ନେଇ ଯୋଗୀ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ମୁଁ ସମସ୍ତ ଅନ୍ନଦାତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଓ ଯୋଗୀ ଆଦିତ୍ୟନାଥଙ୍କୁ କୃତଜ୍ଞତା ଜଣାଉଛି ।’

Get real time updates directly on you device, subscribe now.