fbpx

(Video) ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଛି ଜମ୍ମୁ କଶ୍ମୀର, ଆଜି ପୁଣି ୩ ଜଣ ଟଳିଲେ

ନୂଆଦିଲ୍ଲୀ: ପୁଣି ଦେଶରେ ମାତିଛନ୍ତି ଆତଙ୍କବାଦୀ । ପୁଣି ମିଳିଛି ଭାରତୀୟ ସୁରକ୍ଷା କର୍ମୀଙ୍କୁ ଏକ ବଡ଼ ସଫଳତା । ଜମ୍ମୁ କଶ୍ମୀରର ବଡଗାମର ଜୋଲୱା କ୍ରାଲପୋରା ଛାଦୋରା ଅଞ୍ଚଳରେ ଏହି ଅପରେସନ୍ ଚାଲିଥିଲା । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଏହି ଲଢ଼େଇରେ ୩ ଜଣ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି । ଏଥିସହିତ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜମ୍ମୁ କଶ୍ମୀର ଆଇଜି ବିଜୟ କୁମାର ।

ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ମିଳିତ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୩ ଜଣ ଆତଙ୍କୀ ଜୈସ-ଇ-ମହମ୍ମଦ ସଂଗଠନର ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ ୩ଟି ଏକେ-୫୬ ରାଇଫଲ ଜବତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଆତଙ୍କୀଙ୍କ ପରିଚୟ ମିଳିପାରିନଥିବା ବେଳେ ଏହା ସୁରକ୍ଷାକର୍ମୀଙ୍କ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ସୂଚନା ଯୋଗ୍ୟ ଯେ, ବର୍ଷର ଅଧିକାଂଶ ସମୟରେ ଜମ୍ମୁ କଶ୍ମୀର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଲାଗି ରହିଥାଏ । ଗତ ୫ ତାରିଖରେ ୩ ଜଣ, ଗତ ଡିସେମ୍ବର ୩୦ରେ ୬ ଜଣ, ୨୫ରେ ୨ ଜଣ, ୧୬ରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.