fbpx

କରୋନା ସଂକ୍ରମିତ ହୋଇ ମଧ୍ୟ ଫ୍ଲାଇଟରେ ଦିଲ୍ଲୀ ଗଲେ ବିଜେପି ନେତା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ମନ୍ତ୍ରୀ ଓ ଗୋରଖପୁର ଅଞ୍ଚଳର ନିର୍ବାଚନ ପ୍ରଭାରୀ ଅରବିନ୍ଦ ମେନନ୍, ପୂର୍ବତନ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ , ବିଜେପି ସାଂସଦ ଶିବ ପ୍ରତାପ ଶୁକ୍ଲା ଓ ଏସପି ସିଟି ସୋନମ୍ କୁମାର ଓ ଏମ୍ସର ଏମବିବିଏସ୍ ର ୫ଜଣ ଛାତ୍ର ସମେତ ୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅରବିନ୍ଦ ମେନନ୍ ଗୁରୁବାର ଦିନ ଆୟୋଜିତ ହୋଇଥିବା ପ୍ରଦେଶ ମହାମନ୍ତ୍ରୀ ସଂଗଠନ ସୁନୀଲ ବଂଶଲଙ୍କ ବୈଠକରେ ସାମିଲ ହୋଇଥିଲେ । ବିଜେପି ନେତା ମାନଙ୍କ ସହିତ ମଞ୍ଚସ୍ଥ ମଧ୍ୟ ହୋଇଥିଲେ ।

କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯିବା ପରେ ୫୦ ବର୍ଷିୟ ଅରବିନ୍ଦ ମେନନ୍ କରୋନା ଟେଷ୍ଟ୍ କରାଇଥିଲେ । ହେଲେ ରିପୋର୍ଟ ଆସିବାକୁ ଅପେକ୍ଷା ନ କରି ସନ୍ଧ୍ୟା ୬ଟା ୫୦ ମିନିଟ୍ ରେ ଗୋରଖପୁର ଏୟାରପୋର୍ଟରୁ ଦିଲ୍ଲୀକୁ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, କୋଭିଡ୍ ଲକ୍ଷଣ ଥାଇ ମଧ୍ୟ କିପରି ତାଙ୍କୁ ଏୟାରପୋର୍ଟରେ ଯିବାକୁ ଅନୁମତି ଦିଆଗଲା ? ଫ୍ଲାଇଟ୍ ରେ ବସିବା ପୂର୍ବରୁ କାହିଁକି ଯାଞ୍ଚ କରାଗଲା ନାହିଁ ? ଏନେଇ ଏବେ ତଦନ୍ତ କରାଯାଉଛି ।

 

Get real time updates directly on you device, subscribe now.