fbpx

୧୮ ବର୍ଷ ପରେ ଘରବାହୁଡା: ନା ବଞ୍ଚିଥିଲେ ମା’ ନା ଥିଲେ ପତ୍ନୀ

୧୮ ବର୍ଷ ପୂର୍ବରୁ ରାଗରେ ଘରୁ ଚାଲିଯିବା ପଡିଲା ମହଙ୍ଗା । ଲକଡାଉନ ସଙ୍କଟରେ ମହଙ୍ଗି ପ୍ରସାଦ ଘରକୁ ଫେରିବା ବେଳକୁ ସବୁ ଶେଷ ହୋଇଥିଲା । ମୁମ୍ବାଇରୁ ଘରକୁ ଫେରିବା ପରେ ସେ ଜାଣିବାକୁ ପାଇଲେ କି ଉଭୟ ମା ଓ ପତ୍ନୀ ଆଉ ଏ ଦୁନିଆରେ ନାହାନ୍ତି । ତାଙ୍କ ଭାଗ୍ୟରେ ଏବେ ଖାଲି କାନ୍ଦିବା ଛଡା ଆଉ କିଛି ବାଟ ନାହିଁ । ମହଙ୍ଗି ଘରକୁ ଫେରିବା ପରେ ମହଙ୍ଗି କେବଳ ନିଜ ଝିଅକୁ ଦେଖିବାକୁ ପାଇଥିଲେ , ଯାହାକୁ ସେ ଛୋଟ ବେଳରୁ ଛାଡି ଚାଲିଯାଇଥିଲେ ।

ତେବେ ତରକୁଲୱା କ୍ଷେତ୍ର କୌଥୱାଲିୟା ଗାଁରେ ରହୁଥିବା ମହଙ୍ଗି ପ୍ରସାଦ ୧୮ ବର୍ଷ ପୂର୍ବରୁ ରାଗରେ ଘର ଛାଡି ଚାଲିଯାଇଥିଲେ । ସେତେବେଳେ ମହଙ୍ଗିଙ୍କୁ ୪୦ ବର୍ଷ ହୋଇଥିବା ବେଳେ ତାଙ୍କର ବିବାହ ମଧ୍ୟ ସରିଥିଲା । ଘରେ ମା, ପତ୍ନୀ ଓ ୩ ବର୍ଷର ଝିଅକୁ ଛାଡି ସେ ମୁମ୍ବାଇ ପଳାଇଥିଲେ । ସେଠାରେ କୌଣସି ଏକ କମ୍ପାନୀରେ ସିକ୍ୟୁରିଟି ହୋଇ କାମ କରିବା ସହ ଆଉ ଗାଁକୁ ଫେରିନଥିଲେ । ପରିବାର ଲୋକବି ବହୁ ଖୋଜାଖୋଜି ପରେ ନପାଇବାରୁ ମୃତ ଭାବିନେଇଥିଲେ ।

କିନ୍ତୁ ଲକଡାଉନରେ ଭୋକିଲା ରହିବା ପରେ ଆଉ କିଛି ଉପାୟ ନପାଇ ଶେଷରେ ଏକ ଟ୍ରକ୍ ଯୋଗେ ସେ ଗୋରଖପୁର ପହଞ୍ଚିଥିଲେ ଓ ସେଠାରୁ ଚାଲି ଚାଲି ଘରେ ପହଞ୍ଚିଥିଲେ । ମହଙ୍ଗିଙ୍କୁ ମୃତ ଭାବୁଥିବା ଝିଅ ଓ ଜ୍ୱାଇଁ ଜୀବିତ ଦେଖିବା ପରେ ଖୁସି କହିଲେ ନସରେ । ସେଥିପାଇଁ କୁହାଯାଇଛି ଯେ ରାଗରେ ନେଇଥିବା ନିଷ୍ପତ୍ତି ସର୍ବଦା ଭୁଲ ହିଁ ହୋଇଥାଏ ।

Get real time updates directly on you device, subscribe now.