fbpx

ଦେଶରେ ୩୭୨୦ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୨୨।୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୩,୭୨୦ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୫,୧୦୧କୁ ବୃଦ୍ଧି ପାଇଛି।  ଦେଶରେ ସକ୍ରିୟ ସଂକ୍ରମିତ ୬୯,୫୯୭ ଥିବାବେଳେ ସୁସ୍ଥ ହେଲେଣି ୫୧,୭୮୩ ଜଣ ।  ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । 

ଗତ ୨୪ଘଣ୍ଟାରେ ୧୩୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ହୋଇଥିବା ବେଳେ ୬,୬୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୪୪,୫୮୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ତାମିଲନାଡୁ ରେ ୧୪,୭୫୩, ଗୁଜୁରାଟ ରେ ୧୩,୨୬୮, ଦିଲ୍ଲୀ ରେ ୧୨,୩୧୯, ୟୁପିରେ ୫,୭୩୫, ପଶ୍ଚିମବଙ୍ଗ ରେ ୩,୩୩୩ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.